ଭୁବନେଶ୍ୱର,(ବାଘୁଆବାର୍ତ୍ତା): କୃଷକ ମହାପଞ୍ଚାୟତରୁ ଫେରିବା ବେଳେ ରାକେଶ ଟିକାୟତଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଛି । ସୂଚନାନୁସାରେ, ଯାଜପୁର ଚଣ୍ଡିଖୋଲ କୃଷକ ମହାପଞ୍ଚାୟତରୁ ଗୁରୁଦ୍ୱାର ଦର୍ଶନ ସାରି ଫେରିବା ବେଳେ କଟକ ଗୁରୁଦ୍ୱାର ସମ୍ମୁଖରେ ରାକେଶ ଟିକାୟତ ଓ ତାଙ୍କ ସମର୍ଥକମାନଙ୍କୁ ଆକ୍ରମଣ ଉଦ୍ୟମ କରିଛି ଦେବ ସେନା କର୍ମୀ । ଉକ୍ତ ଘଟଣାକୁ ନେଇ ଗୁରୁଦ୍ୱାର ସମ୍ମୁଖରେ ଅଧ ଘଣ୍ଟା ଧରି ଆତଙ୍କ ଲାଗି ରହିଥିଲା । ଦେବ ସେନାର କର୍ମୀ ଟିକାୟତଙ୍କ ଗାଡ଼ି ଉପରକୁ ପଥର ଫୋପାଡ଼ି ଥିବା ଅଭିଯୋଗ ହୋଇଛି । ଟିକାୟତ ପୋଷ୍ଟର ଚିରାକୁ ନେଇ ଏଭଳି ଅପ୍ରୀତିକର ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ କଟକ ମାଲଗୋଦାମ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଲାଗିଥିବା ଝଗଡ଼ାକୁ ନିୟନ୍ତ୍ରଣକୁ ଆଣିଥିଲା । ଟିକାୟତଙ୍କ ଅଭିଯୋଗକୁ ଭିତି କରି ଦେବ ସେନାର କର୍ମୀ ଅଭିନାଶ ମହାନ୍ତିଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି ।






