ଖଣ୍ଡପଡ଼ା,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଥାନା ଅଧିନ ଖଳିସାହି ପଂଚାୟତ ପୁଆଣିଆ ଗ୍ରାମର ଚଗଲା ବେହେରା ଗ୍ରାମ ନିକଟସ୍ଥ କେନାଲରେ ମାଛ ମାରୁଥିବା ବେଳେ ବୋଦସା ଗୋଲାସାହି ଗ୍ରାମର ବାଙ୍କ ଖୁଂଟିଆ, ଲକି ସ୍ୱାଇଁ, ପିଣ୍ଟୁ ପ୍ରଧାନ ୨ଜଣ ସହଯୋଗୀଙ୍କ ସହ ସେଠାରେ ପହଁଚି ଚଗଲାଙ୍କ ସହ ପାଟିତୁଣ୍ଡ କରି ଉକ୍ତ ସ୍ଥାନରେ ମାଛ ମାରିବାକୁ ବାରଣ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା । ନିଶାଶକ୍ତ ଅବସ୍ଥାରେ ଉକ୍ତ ୫ ଜଣ ଅସାମାଜିକ ଯୁବକ ଘଟଣାସ୍ଥଳରେ ଚଗଲାକୁ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆକ୍ରମଣରେ ଚଗଲାଙ୍କ ମୁଣ୍ଡଦେହ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା । ଖଣ୍ଡପଡ଼ା ଥାନାରେ ଏନେଇ ଚଗଲାଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ବାଙ୍କ ଖୁଂଟିଆ ଓ ଲକି ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇନଥିବା ଜଣାଯାଇଛି ।






