Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରି କରିବାକୁ ଆସି ବନ୍ଧା ହେଲେ

by ସଞ୍ଜୟ ସ୍ୱାଇଁ
April 18, 2025
in Crime, State
ଚୋରି କରିବାକୁ ଆସି ବନ୍ଧା ହେଲେ
50
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ଚୋରି କରିବାକୁ ଆସି ବନ୍ଧା ହେଲେ । ଗ୍ରାମବାସୀଙ୍କଠୁ ଛେଚା ଖାଇଲେ ଯୁବକ । କୋରାପୁଟ ବ୍ଲକ୍ ମସ୍ତିପୁଟ ପଞ୍ଚାୟତ ରୁଣ୍ଡିଆମ୍ବ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟରାତିରେ ଚୋରି କରିବାକୁ ଆସିଥିଲେ ତିନି ଯୁବକ । ଗାଁ ମୁଣ୍ଡରେ ଥିବା ଦୋକାନର ତାଲା ଭାଙ୍ଗୁଥିବା ବେଳେ ଦେଖିଥିଲେ ଗ୍ରାମବାସୀ । ଧରାପଡ଼ିବା ଭୟରେ ବାଇକ୍ ଛାଡି ଦୌଡ଼ିବାକୁ ଲାଗିଲେ । ଗ୍ରାମବାସୀ ଘେରିଯାଇ ଜଣେ ଯୁବକକୁ ବାନ୍ଧିଥିଲେ । ଅନ୍ୟ ଦୁଇ ଜଣ ଚମ୍ପଟ ମାରିଥିଲେ । ନିୟମିତ ନିକଟସ୍ଥ ବିଭିନ୍ନ ଗାଁରେ ଛେଳି ଚୋରି ହେଉଥିବା ବେଳେ ଚୋରି କରିବାକୁ ଆସିଥିବା ଯୁବକକୁ ବାନ୍ଧି ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇଛନ୍ତି । ପଚରାଉଚରା କରିବାରୁ ଅଟକ ଯୁବକ ଲକ୍ଷ୍ମୀପୁର ଅଞ୍ଚଳର ରାଜକୁମାର ସାଗର ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି । ଶୁକ୍ରବାର ସକାଳୁ ପୋଲିସକୁ ଖବର ଦେବାରୁ ସଦର ଥାନା ପୋଲିସ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ଗୋଟିଏ ବାଇକ୍ ଏବଂ ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ତେବେ ଚୋରି କରିବାକୁ ଆସିଥିବା ବାଇକ୍‌ରେ ଜରି ବସ୍ତା, ଧାରୁଆ ଅସ୍ତ୍ର ଦେଖି ଏହିମାନେ ଗତ ଦିନରେ ଛେଳି ଚୋରି କରୁଥିବା ସନ୍ଦେହ କରିଛନ୍ତି ଗ୍ରାମବାସୀ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!