ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଗଦାଧରପ୍ରସାଦ ସରପଞ୍ଚଙ୍କ ଲକ୍ଷ୍ମୀଧର ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ହରିପୁର ଗାଁର ମାନସ ରଞ୍ଜନ ପ୍ରଧାନ, ସାଗର ପ୍ରଧାନ, ସୋମନାଥ ପ୍ରଧାନ, ଦିପକ ପ୍ରଧାନ । ସେହିଭଳି ଭାବେ ଘଟଣାର ମୁଖ୍ୟ ଅଭିଯୁକ୍ତ ମାନସ ରଞ୍ଜନ ପ୍ରଧାନଙ୍କ ମାଆ ପ୍ରମିଳା ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଗୋବିନ୍ଦ ପଲେଇ । ଆଜି ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗଦାଧରପ୍ରସାଦ ପଞ୍ଚାୟତ ହରିପୁର ଗାଁରେ କିଛିଦିନ ହେବ ଅଶାନ୍ତି ଲାଗି ରହିଥିଲା । ଗାଁର କିଛି ବ୍ୟକ୍ତିଙ୍କୁ ରାଜନୈତିକ ବ୍ୟକ୍ତିମାନେ ପ୍ରଚ୍ଛଦ ପଟରେ ରହି ହିଂସା ସୃଷ୍ଟି କରିବା ପାଇଁ ପ୍ରବର୍ତ୍ତାଉଥିଲେ । ରବିବାର ସକାଳୁ ସରପଞ୍ଚ ଶ୍ରୀଯୁକ୍ତ ପାତ୍ର କୈାଣସି କାମରେ ଆସି ନୟାଗଡ଼ରୁ ଗାଁକୁ ଫେରୁଥିବା ବେଳେ ହରିପୁର ଗାଁ ନିକଟସ୍ଥ ଖେଳପଡ଼ିଆଠାରେ ଉକ୍ତ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ ହୋଇଥିଲା । ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର ବିରୋଧି ଦଳ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କୁ ଆକ୍ରମଣ କରିବା ଘଟଣାକୁ ସେ ନିନ୍ଦା କରିଛନ୍ତି ।





