ଚାନ୍ଦବାଲି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ମତୋ ଫାଣ୍ଡି ଅଧିକାରୀ ବୁଧିରାମ ମହାନ୍ତିଙ୍କ ଉପରକୁ କୋଇଲା ମାଫିଆଙ୍କ ଆକ୍ରମଣ ଘଟଣାରେ ଚାନ୍ଦବାଲି ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଚଳିତ ମାସ ୧୭ ତାରିଖ ବିଳମ୍ବିତ ରାତରେ ମତୋ ମେଡିକାଲ ନିକଟରେ ଏକ ଚୋରା କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିଥିଲା । ଏହି ଚୋରା କୋଇଲା ଗାଡ଼ିକୁ ଜବତ କରିବାକୁ ଯାଇଥିବା ବେଳେ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତିଙ୍କ ଉପରକୁ କୋଇଲା ମାଫିଆମାନେ ପଥର ମାଡ଼ କରି ମୁଣ୍ଡ ଫଟାଇ ଦେଇଥିଲେ । ଏହି ଘଟଣାରେ ୩ ଜଣ ଅଭିଯୁକ୍ତ ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ଵର ଅଞ୍ଚଳର ଓ ଗୋଟିଏ ପରିବାର ବୋଲି ସୂଚନା ମିଳିଛି । ସେମାନେ ହେଲେ ତପନ ନାୟକ, ଅନ୍ତର୍ୟ୍ୟାମୀ ନାୟକ ଓ ତାଙ୍କ ପିତା ନଟ କିଶୋର ନାୟକ । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଚାନ୍ଦବାଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରକାଶ କରିଛନ୍ତି ।





