ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଟାଉଟଥାନା ଅନ୍ତର୍ଗତ ନବଘନପୁରରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଥିଲା । ଏହି ଗ୍ରାମର ସ୍ୱର୍ଗତ ଆର୍ତ୍ତ ସ୍ୱାଇଁଙ୍କ ଝିଅ ଘଡ଼ୁଆଳ ଗ୍ରାମର ଭାଗିରଥି ମାଝୀଙ୍କୁ ପୁଅ ସୁଶାନ୍ତ ମାଝୀଙ୍କୁ ବିବାହ କରିଥିଲେ । ଗତକାଲି କୈାଣସି ଘଟଣାକୁ କେନ୍ଦ୍ର କରି ଜ୍ୱାଇଁ ସୁଶାନ୍ତ ଏକ କାତି ସାହାର୍ଯ୍ୟରେ ଶାଶୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରାମଣରେ ଶାଶୁଙ୍କ ହାତ ଆଙ୍ଗୁଠି କଟି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ଆର୍ତ୍ତଙ୍କ ପୁଅ ତଥା ସୁଶାନ୍ତଙ୍କ ଶଳା ବିକ୍ରମ ସ୍ୱାଇଁଙ୍କ ଅଭିଯୋଗ ଅନୁସାରେ ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଜ୍ୱାଇଁ ସୁଶାନ୍ତ ମାଝୀଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଆକ୍ରମଣରେ ବ୍ୟବହୃତ କଟୁରୀକୁ ଜବତ କରାଯାଇଛି ।





