କାମାକ୍ଷାନଗର, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ବିଟ୍ର ଫରେଷ୍ଟରଙ୍କୁ ବାଲି ମାଫିଆଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ହାତୀ ଜଗୁଆଳିଙ୍କୁ ଆକ୍ରମଣ । ବନ ବିଭାଗ ତରଫରୁ କାମାକ୍ଷାନଗର ଥାନାରେ ଲିଖିତ ଅଭଯୋଗ ହୋଇଛି । ଶନିବାର ବନ ବିଭାଗର କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ରାମିଆଳ ନଦୀର ଚୋରା ବାଲିଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଖବର ପାଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବାଲି ଟ୍ରାକ୍ଟରଟିକୁ ଚାଳକ ନେଇ ଫେରାର ହୋଇଯାଇଥିଲା । ସେଠାରେ ଦୁଇ ଜଣ ବାଲି ମାଫିଆ ଫରେଷ୍ଟର ସରୋଜ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ହାତୀ ଜଗୁଆଳୀ ଅଭିମନ୍ୟୁ ରାଉତଙ୍କୁ ଧକ୍କା ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଦୁଇ ମାଫିଆ । ଏନେଇ ବିଭାଗ ତରଫରୁ କାମାକ୍ଷାନଗର ଥାନାରେ ଜିରାଳ ଗ୍ରାମର ବାଲି ମାଫିଆ ତପନ ଦାସ ଓ ତାଙ୍କ ସହଯୋଗୀଙ୍କ ନାମରେ ଅଭିଯୋଗ କରିଛନ୍ତି ।





