ଟାଙ୍ଗୀ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ପଟିଆ ସେକ୍ସନ ଅଧୀନରେ ଥିବା ରଣ୍ଡା ବିଟ ହାଉସ ରେ ଘଟିଛି ଅଭାବନିୟ କାଣ୍ଡ । ରଣ୍ଡା ବିଟ ହାଉସ ରେ କାର୍ଯ୍ୟରତ ଭବାନି ପ୍ରସାଦ ପଟନାୟକ ଙ୍କୁ ଆକ୍ରମଣ ହୋଇଥିବା ଚାନ୍ଦପୁର ଥାନା ରେ ଅଭିଯୋଗ ହୋଇଛି । ଏପଟେ ଖବର ନେବାରେ ଜଣା ପଡିଛିକି ରଣ୍ଡା ବିଟ ହାଉସ ରେ କାର୍ଯ୍ୟରତ ଥିବା ଫରେଷ୍ଟ ଗାର୍ଡ ଭବାନି ପ୍ରସାଦ ପଟନାୟକ ଜଣେ ବାଲିମାଫିଆ ବୋଲି ଗ୍ରାମବାସୀ ମାନେ ପ୍ରତିକ୍ରିୟା ଦେଇଛନ୍ତି । ରଣ୍ଡା ଗ୍ରାମବାସୀ କହିବା ମୁତାବକ ରଣ୍ଡା ଗ୍ରାମ ରେ କେହି ବ୍ୟକ୍ତି ଘର କରିବା ପାଇଁ ସ୍ଥାନୀୟ ଏକ ଗଛପତ୍ର ନାଳ ରୁ ବାଲି ଆଣି ଘର କରିଥାନ୍ତି ।
କିନ୍ତୁ ଏହି ଫରେଷ୍ଟ ଗାର୍ଡ ଜଣଙ୍କ ଗ୍ରାମବାସୀ ମାନଙ୍କୁ ହଇରାଣ ହରକତ କରୁଥିବା ବେଳେ କୁକୁଡ଼ା ଓ ପଇସା ପତ୍ର ମଧ୍ୟ୍ୟ ମାଗିଥାନ୍ତି । ମଦ୍ୟ ପାନ କରି ଗ୍ରାମବାସୀଙ୍କୁ ଭୟଭିତ କରି ଝିଅ ବୋହୂଙ୍କ ଖରାପ ନଜରରେ ଦେଖିବା ସହ ଅନ୍ୟ ଗ୍ରାମ କୁ ବାଲି ବିକ୍ରିକରି ୫୦୦/ ୧୦୦୦ ଟଙ୍କା ଆଦାୟ କରିଥାନ୍ତି । ଆଜି ଅନ୍ୟ ଗ୍ରାମ କୁ ବାଲି ଚାଲାଣ ହେଉଥବା ସମୟରେ ଗ୍ରାମର ଜଣେ ବ୍ୟକ୍ତି ସନ୍ତୋଷ ବରାଳ ଉକ୍ତ ଗାର୍ଡ ଙ୍କୁ ପଚାରି ବାରୁ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା ବେଳେ ଗାର୍ଡ ଜଣଙ୍କ ଅତ୍ୟଧିକ ମଦ୍ୟପାନ ହେତୁ ଏକ ଗଛରେ ବାଡେଇ ହୋଇଥିଲେ ବୋଲି ଗ୍ରାମବାସୀ ମାନେ ପ୍ରତିକ୍ରିୟାରଖିଛନ୍ତି । ଅନ୍ୟପଟେ ଫରେଷ୍ଟଗାର୍ଡ ଙ୍କ ଚାନ୍ଦପୁର ଥାନାରେ ଅଭିଯୋଗ ପରେ ପ୍ରତିକ୍ରିୟା ରଖିବାକୁ ମନାକରିଥିବାବେଳେ ଟାଙ୍ଗୀ ରେଞ୍ଜ ର ଦେବାଶିଷ ଭୋଇ ଫରେଷ୍ଟଗାର୍ଡ ଙ୍କୁ ଅକ୍ରମଣ ଘଟଣା କୁ ସ୍ୱୀକାର କରିଛନ୍ତି ।





