Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବ ସମାଜସେବୀ ତଥା ହୋମିଓପାଥି ଚିକିତ୍ସକ ହେମନ୍ତ କୁମାର ମଣ୍ଡଳଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମସ ରେ ଭର୍ତ୍ତି

by ସଞ୍ଜୟ ସ୍ୱାଇଁ
April 19, 2025
in Crime, State
ଯୁବ ସମାଜସେବୀ ତଥା ହୋମିଓପାଥି ଚିକିତ୍ସକ ହେମନ୍ତ କୁମାର ମଣ୍ଡଳଙ୍କୁ ଛୁରା ମାଡ଼,  ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମସ ରେ ଭର୍ତ୍ତି
150
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ଟାଙ୍ଗୀ ଥାନା ଅଧୀନସ୍ତ ସୁନ୍ଦରପୁର କଲୋନୀ ରେ ଶୁକ୍ରବାର ରାତ୍ରୀ 9ଘଟିକା ସମୟ ରେ ଏକ ଅଭାବନୀୟ ଘଟଣା ଘଟି ସାମାନ୍ୟ ବଚସାକୁ କେନ୍ଦ୍ର କରି ଯୁବ ସମାଜସେବୀ ହୋମିଓପାଥି ଚିକିତ୍ସ କ ହେମନ୍ତ କୁମାର ମଣ୍ଡଳ ଙ୍କୁ ଦୁଇ ଜଣ ଦୁର୍ବୁତ୍ତ ଛୁରାମାଡ କରିବା ଫଳରେ ସେ ଗୁରୁତର ଭାବେ ଆହତ ହୋଇ ଥିଲେ. ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ. ତାଙ୍କ ଅବସ୍ଥା ଗୁରୁତର ଲକ୍ଷ୍ୟ କରି ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦିଆଯାଇଛି. ତାଙ୍କ ମା ‘ହାସିରାଣୀ ମଣ୍ଡଳ ଥାନାରେ ପହଂଚି ଲିଖିତ ଅଭିଯୋଗ ଦାଖଲ କରିଥିଲେ. ସୁନ୍ଦରପୁର ମଠ ସାହିର ରମାକାନ୍ତ ସାହୁ ଓ ସୁଶାନ୍ତ କୁମାର ସାହୁ ମିଳିତ ଭାବେ ତାଙ୍କ ବଡ଼ ପୁଅ ରାଜୀବ କୁମାର ରାୟ ଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତାଙ୍କ ଉପରକୁ ଟେକାପଥର ଫୋପାଡୁ ଥିଲେ. ତାଙ୍କ କ୍ଲିନିକ ରୁ ବାହାରି ହେମନ୍ତ ସେମାନଂକୁ ବୁଝାସୁଝା କରି ଏଥିରୁ ନିବୃତ୍ତ ରହିବାକୁ ନିବେଦନ କରୁଥିଲେ. ମାତ୍ର ବାରଣକୁ ନମାନି ଦୁର୍ବୁତ୍ତ ଦ୍ବୟ ଓଲଟି ହେମନ୍ତଙ୍କୁ ଛୁରୀରେ ଆଘାତ କରି କ୍ଷତ ବିକ୍ଷତ କରିଦେଇଥିଲେ. ବିଳମ୍ବିତ ରାତିରେ ମାମଲା ରୁଜୁ ହୋଇ ଏହାର ତଦନ୍ତ ଦାୟିତ୍ୱ ଭୁଷଣ୍ଡପୁର ଫାଣ୍ଡି ଅଧିକାରୀ ବିନୋଦ ଚନ୍ଦ୍ର ପରିଡାଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଓ ଆସାମୀ ସୁଶାନ୍ତ କୁମାର ସାହୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି. ଆସାମୀ ଦ୍ବୟ ବହୁ ଅସାମାଜିକ କାର୍ଯ୍ୟକଳାପ ରେ ଜଡିତ ଥିବା ହେତୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀଙ୍କ ତରଫରୁ ଦାବୀ ହୋଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!