Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମକା ଚାଷରୁ ତୁମୁଳ କାଣ୍ଡ, ୪୦ ପରିବାର ଉପରେ ଅତର୍କିତ ଆକ୍ରମଣ

by ସଞ୍ଜୟ ସ୍ୱାଇଁ
July 5, 2021
in Crime, State
ମକା ଚାଷରୁ ତୁମୁଳ କାଣ୍ଡ, ୪୦ ପରିବାର ଉପରେ ଅତର୍କିତ ଆକ୍ରମଣ
81
VIEWS
Share on FacebookShare on Twitter

ଉମରକୋଟ, (ବାଘୁଆବାର୍ତ୍ତା): ଜଙ୍ଗଲରେ ମକା ଚାଷକୁ ବିରୋଧ କରି ହୋଇଛି ତୁମୁଳ କାଣ୍ଡ। ଏପରିକି ପାଖ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ୪୦ ପରିବାର। ଆକ୍ରମଣକାରୀମାନେ ୪୦ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଘର ଭାଙ୍ଗି ଦେଇଛନ୍ତି ଓ ସୁନା ଅଳଙ୍କାର ଲୁଟ୍‌ କରି ନେଇଛନ୍ତି। ଏପରିକି କୂଅରେ ବି ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଭୟଭୀତ ଗ୍ରାମବାସୀ ଗାଁରୁ ପଳାଇ ଟେଣ୍ଟ ଟାଣି ପିଲା ଛୁଆ ଧରି ରହୁଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଏପରି ଅଭାବନୀୟ ଘଟଣା କଳାହାଣ୍ଡି-ନବରଙ୍ଗପୁର ସୀମା ସାହାଜଖୋଲ ଜଙ୍ଗଲରେ ଘଟିଛି । ଅଭିଯୋଗ ଅନୁସାରେ, ନବରଙ୍ଗପୁର ଜିଲ୍ଲାର ପ୍ରାୟ ୪୦ ପରିବାର ସାହାଜଖୋଲ ଜଙ୍ଗଲର ଭତାପାଣି ଓ ଡୁମେରପାଣି ଅଞ୍ଚଳରେ ରହୁଥିଲେ । ସେମାନେ ଜଙ୍ଗଲରେ ମକା ଚାଷ କରୁଥିବାରୁ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଗୋତାମୁଣ୍ଡା ଗାଁ ଲୋକେ । ଧିରେ ଧିରେ କୁରୁଳୁଥିବା ଏହି ବିରୋଧ ଗତ ୩୦ ତାରିଖରେ ଉଗ୍ର ହିଂସାରେ ପରିଣତ ହୋଇଥିଲା । ଗୋତାମୁଣ୍ଡା ଗ୍ରାମର ଶତାଧିକ ଲୋକ ପହଞ୍ଚି ଏହି ୪୦ ପରିବାରଙ୍କ ଘର ଭଙ୍ଗାରୁଜା କରିବା ସହ ମାଡ଼ ମାରିଥିଲେ । ସେମାନଙ୍କ ସୁନା ଅଳଙ୍କାର ଲୁଟ କରିବା ସହ ସେମାନେ ବ୍ୟବହାର କରୁଥିବା କୂଅରେ ବିଷ ପକାଇ ଦେଇଥିବା ଅମପାଣି ଥାନାରେ ଏତଲା ହୋଇଛି । ଖାଲି ଏତିକି ନୁହେଁ, ତୁରନ୍ତ ଜାଗା ଛାଡ଼ି ଚାଲି ଯିବାକୁ ଧମକ ଦେଇଥିବା ବି ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଧର୍ମଗଡ଼ ଏସ୍‌ଡିପିଓ, ଆମପାଣି ପୋଲିସ୍ ପହଞ୍ଚି ମାମଲାର ତଦନ୍ତ କରିଛନ୍ତି। ଅପରପକ୍ଷେ ୪୦ ପରିବାର ଏବେ ପଲିଥିନ୍ ଟାଙ୍ଗି ଚନ୍ଦାହାଣ୍ଡି ବ୍ଲକ କୁଆମ୍ବା ପ୍ରାଥମିକ ବିଦ୍ୟାଳୟ ପରିସରରେ ରହୁଛନ୍ତି । ଏନେଇ ଜଣେ ଅଭିଯୋଗକାରୀ କହିଛନ୍ତି, ଆମେ ୨୦ ବର୍ଷ ହେଲା ଚାଷ କରୁଛୁ। ଗତବର୍ଷ ୨୦-୩୦ ଲୋକ ଆସି ଏଠାରୁ ପଳା ପଳା ବୋଲି କହିଲେ। ଏ ବର୍ଷ ବି ସମାନ ପରିସ୍ଥିତି। ଆମେ କ’ଣ କରିବୁ। କୁଆଡ଼େ ଯିବୁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ଆମପାଣି ଥାନାଧିକାରୀ କୃଷ୍ଣଚନ୍ଦ୍ର ସ୍ୱାଇଁ କହିଛନ୍ତି, ପାଖ ଗାଁର କିଛି ଲୋକ ଧମକଚମକ ଦେବା ସହ ଆକ୍ରମଣ କରିଛନ୍ତି। ଏନେଇ ମାମଲା ରୁଜୁ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!