Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ, ୮୦ ହଜାର ଲୁଟ୍‌

by Anil Panda
September 28, 2020
in Crime, Nayagarh
ଜିଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ, ୮୦ ହଜାର ଲୁଟ୍‌
1.4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଗଣିଆ-କଣ୍ଟିଲୋ ରାସ୍ତାର ବାଙ୍କମୁଣ୍ଡିଆଠାରେ ଗଣିଆର ଜଣେ ଜିଓ କମ୍ପାନୀର କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ କରି କିଛି ଅଜଣା ଦୁର୍ବୁତ୍ତ ତାଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ୍ କରି ନେଇଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ଗଣିଆ ଥାନା ବିଜୟନଗର ଗ୍ରାମର କାମାକ୍ଷ ପ୍ରସାଦ ବେହେରା । ଘଟଣାରୁ ଜଣାପଡିଛି ସବୁଦିନ ଭଳି ଆଜି ମଧ୍ୟ କାମାକ୍ଷ ତାଙ୍କ ବାଇକ୍ ଯୋଗେ କଣ୍ଟିଲୋରୁ ଟଙ୍କା କଲେକସନ କରି ଗଣିଆ ଫେରୁଥିôବା ବେଳେ ଦିବା ୧୧ ଘଟିକା ସମୟରେ ବାଙ୍କମୁଣ୍ଡିଆଠାରେ କିଛି ଦୁବୁର୍ତ୍ତ ତାଙ୍କର ପିଛା କରି ତାଙ୍କୁ ଅଟକାଇଥିଲେ । ନିକଟରେ ଥିବା ପାହାଡ଼ ପାଖକୁ ତାଙ୍କୁ ନେଇ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିବା ସହିତ ପ୍ରବଳ ମାଡ ମାରି ତାଙ୍କ ଠାରୁ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । କାମାକ୍ଷ ଚେତା ପାଇବା ପରେ ତାଙ୍କ ମାଲିକଙ୍କୁ ଫୋନ କରିଥିଲେ । ମାଲିକ ସେଠଶରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଗଣିଆ ମେକଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ନୟାଗଡ଼ରେ ପହଞ୍ଚି ତାଙ୍କୁ ପୁଣି ଥରେ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜିଓ ଷ୍ଟୋରର ମାଲିକ ସୁଧୀର ସାହୁ ଜଣାଇଛନ୍ତି । ଏପରିକି ଗୋଟିଏ କାରରେ ୪ ଜଣ ଆସି କାମାକ୍ଷଙ୍କୁ ଅଟକାଇଥିବା ଷ୍ଟୋର ମାଲିକ ଜଣାଇଛନ୍ତି । ହେଲେ ଗଣିଆ ଆମ୍ବୁଲାନ୍ସଟି ଆଡ଼କଟାରେ ରହୁଥିôବାରୁ ଆସିବାରେ ବିଳମ୍ବ ଘଟିବାରୁ ସେଠାରେ ଚାପା ଉତେଜନା ସୃଷ୍ଟି ହୋଇଥିଲା । ଗଣିଆ ଆମ୍ବୁଲାନ୍ସଟି ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!