ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ଗତକାଲି ପୁଅ ଆକ୍ରମଣରେ ବାପା ଏବଂ ସାବତମାଆ ଗୁରୁତର ହୋଇଥିଲେ । ଘଟଣାସ୍ଥଳରୁ ପୁଅ ଫେରାର ଥିବା ବେଳେ ପୁଲିସ ନିଜ ଆଡ଼ୁ ୩୦୭ ଦଫାରେ ଏକ ୧୦୮/୨୧ରେ ମାମଲା ରୁଜୁ କରିଛି । ବରପଲ୍ଲୀ ଗ୍ରାମର ଉଚ୍ଛବ ନାହାକଙ୍କ ଏକାଧିକ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀଙ୍କ ପୁଅ ଜ୍ଞାନେନ୍ଦ୍ର ନାହାକ ଓରଫ ନିର୍ମଳ(୩୫) ତାଙ୍କ ପାଖରେ ରହୁଥିବା ବେଳେ କିଛିବର୍ଷ ତଳେ ଉଚ୍ଛବ ସତ୍ୟଭାମାଙ୍କୁ ବିହାହ କରିଥିଲେ । ସଂମ୍ପତ୍ତିକୁ ନେଇ ଜ୍ଞାନେନ୍ଦ୍ର ବାପା ଓ ମାଆଙ୍କୁଠାରୁ ପ୍ରତିଶୋଧ ନେଇଥିବା ଆଲୋଚନା ହେଉଛି । ଗତକାଲି ଅପରାହ୍ନରେ ଏକ ମାରଣାସ୍ତ୍ର ସାହାର୍ଯ୍ୟରେ ଉଭୟ ବାପା ଓ ମାଆଙ୍କୁ ରାସ୍ତାରୁ ହଟାଇ ଦେବା ଲକ୍ଷରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାଯାଇଛି ।






