ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ବ୍ଲକ କିଆଝର ଗ୍ରାମର ଜଣେ ମହିଳାଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି । ଗ୍ରାମର ସୁଲୋଚନା ବେହେରା (୪୨)ଙ୍କୁ ଗତ ମାସ ୧୩ ତାରିଖରେ ପଡୋଶୀ ଆନନ୍ଦ ବେହେରା, ସବିତା ବେହେରା ଓ ଦିଲୀପ ବେହେରା ଆକ୍ରମଣ କରିଥିଲେ । ଏଥିରେ ସୁଲୋଚନା ଗୁରୁତର ଆହାତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ । ଆମ୍ବ ଗୋଟାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିଲା । ମାତ୍ର ଏହାର ବହୁ ପୂର୍ବରୁ ବିବାଦ ରହିଥିଲା । ଗତ ମେ ୧୪ତାରିଖରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏତଲାକୁ ଆଧାର କରି ଖଣ୍ଡପଡା ପୁଲିସ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଗତକାଲି ସେମାନଙ୍କୁ ବୈଦ୍ଧ ଜିଲ୍ଲାରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଗୁରୁତର ଆହତ ସୁଲୋଚନା ଘଟଣା ଦିନଠାରୁ କୋମା ଅବସ୍ଥାରେ ପଡ଼ି ରହିଥିବା ଜଣାପଡିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ରହିଛି।





