ନୟାଗଡ଼,(ବାଘୁଆବାର୍ତ୍ତା): ଜାଗା ବିବାଦକୁ ନେଇ ଆଜି ଜଣେ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ କରାଯାଇଛି । ଏଭଳି ଏକ ଘଟଣା ଘଟିଛି ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡି ଅଧୀନରେ ଜ୍ଝ ରାଜସୁନାଖଳା ଟାଙ୍ଗିସାହିର ବୀର କିଶୋର ନାୟକଙ୍କୁ ସେହି ସାହିର ହରେକୃଷ୍ଣ ମହାପାତ୍ର ଆଜି ଘରକୁ ଡାକି ତାଙ୍କୁ ଅତର୍କିତ ଭାବେ ଫାର୍ସାରେ ଗୋଡ଼େଇ ଗୋଡ଼େଇ ହାଣିଥିଲେ । ବୀରକିଶୋରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ଜ୍ଝ ଖବରପାଇ ଏ ନେଇ ରାଜସୁନାଖଳା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ଜ୍ଝ ସୂଚନାଯୋଗ୍ୟ ଯେ, କିଛିଦିନ ହେବ ବିରକିଶୋର ଏବଂ ହରେକୃଷ୍ଣଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା ।





