ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ମୁହାଁମୁହିଁରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହେବା ଫଳରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୨୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ସୂଚନାନୁସାରେ, ଛତିଶଗଡ଼ ବିଜାପୁର ଜିଲ୍ଲା ଅନ୍ତର୍ଗତ ଜାରେମ ଅଞ୍ଚଳରେ ଥିବା ସିଲେଗୁର ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ୍ କରି ରହିଥିବା ନେଇ ଗୁଇନ୍ଦା ବିଭାଗରୁ ସୂଚନା ଦେଇଥିଲା । ଏହାପରେ କୋବ୍ରା ବଟାଲିଅନ୍, ଡିଆରଜି ଓ ସିଆରପସଏଫ ବାହିନୀର ଯବାନମାନେ ମିଳିତ ଭାବେ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ କରିଥିଲେ । ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚାଳନା କରିବା ପରେ ଯବାନମାନେ ମଧ୍ୟ ପାଲଟା ଜବାବ୍ ଦେଇଥିଲେ । ଘଟଣାରେ ଡିଆରଜି ବାହିନୀର ୪ ଜଣ ଓ ସିଆରପିଏଫର ଜଣେ ଯବାନ ଆହତ ହୋଇଥିଲେ । ପରେ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାନରେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ପିଟିଆଇ ଦେଇଥିବା ସୂଚନା ମୁତାବକ, ଏହି ଗୁଳି ବିନିମୟରେ କେତେକ ସୁରକ୍ଷାକ କର୍ମୀ ଆହତ ମଧ୍ୟ ହୋଇଛନ୍ତି । ୫ଜଣ ଯବାନ ସହିଦ ହୋଇଥିବା ବେଳେ ନକ୍ସଲଙ୍କ ମଧ୍ୟରୁ ୨ଜଣ ନିହତ ହୋଇଛନ୍ତି । ସେଥିରେ ଜଣେ ମହିଳା ନକ୍ସଲ ଥିବା ସୂଚନା ମିଳିଛି ।






