ନୟାଗଡ଼,(ବାଘୁଆବାର୍ତ୍ତା): କୁନି ଝିଅ ଉପରେ କିରୋସିନ ଢାଳି ଲଗାଇ ଦେଲେ ନିଆଁ । ହଜିଗଲା ମାନବିକତା । ଗଛ ଉପାଡି ଦେବାରୁ କୁନି ଝିଅ ଉପରେ ପଡୋଶୀ ଲୋକ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଯାହାଫଳରେ କୁନି ଝିଅ ଚିକ୍ରାର କରିବାରୁ ପରିବାର ଲୋକ ଓ ସ୍ଥାନୀୟ ଲୋକ ନିଆଁ ଲିଭାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଲୋମ ହର୍ଷଣକାରୀ ଘଟଣା ଘଟିଛି ବରୌନି ଥାନା ଅଞ୍ଚଳରେ । ସୂଚନାନୁସାରେ, ପାଟନା ବରୌନି ଥାନା ଅନ୍ତର୍ଗତ ଶିବରୈନା ଗାଁର ଜଣେ କୁନି ଝିଅ ଖେଳୁଥିବା ବେଳେ ପଡୋଶୀଙ୍କ ବାଡ଼ିରୁ ଏକ କୁନ୍ଦୁରି ଗଛଟିଏ ଉପାଡି ଦେଇଥିଲା । ସେଥିରେ ଉତକ୍ଷେପିତ ହୋଇ ପଡ଼ୋଶୀ ସିକନ୍ଦର ଯାଦବ, ତାଙ୍କ ସ୍ତ୍ରୀ ଓ ଝିଅ କୁନି ଝିଅଟିକୁ ଧରି ପ୍ରଥମେ ମାଡ଼ମାରି ଥିଲେ । ସେତିକିରେ ମନ ଶାନ୍ତି ହେଲାନି ଯେ, କୁନି ଝିଅ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । କୁନି ଝିଅଟି ଜଳି ଜଳି ଚିକ୍ରାର କରୁଥିବା ବେଳେ ସ୍ଥାନୀୟ ଲୋକ ଓ ପରିବାର ଲୋକ ଉଦ୍ଧାର କରି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଏନେଇ କୁନି ଝିଅର ମାଆ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ବରୌନି ଥାନା ପୁଲିସ ମାମଲା ଋଜୁକରି ଛାନଭିନ୍ ଆରମ୍ଭ କରିଥିବା ବେଳେ ପୂର୍ବରୁ ତାଙ୍କ ତାଙ୍କ ଭିତରେ ଜମୀଜମା ବିବାଦକୁ ନେଇ ଏଭଳି ଘଟଣା ଘଟିଛି । ତେଣୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଡିଏସପି ନିଶୀତ୍ ପ୍ରିୟା ପ୍ରକାଶ କରିଛନ୍ତି ।






