କଳାହାଣ୍ଡି, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନା ଅନ୍ତର୍ଗତ କେନ୍ଦୁଘାଟିଠାରେ ବିଳମ୍ବିତ ରାତିରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେଇଥିଲା। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବାବେଳେ ଅନ୍ୟଜଣେ ଗୁରୁତର ହେଇଥିବା ଜଣାପଡ଼ିଛି। ସୂଚନାନୁସାରେ, ମ.ରାମପୁର ଜୟନ୍ତୀନଗରପଡ଼ାର ବିକାଶ ସେନାପତି(ବାପି) ଏବଂ ପ୍ରତାପ ଚନ୍ଦ୍ର ନାଏକ(ମଣ୍ଟୁ) କୌଣସି ଏକ କାମରେ ଉର୍ଲାଦାନୀ ଯାଇଥିଲେ। ସେଠାରୁ ଫେରିବାବେଳେ ତାଙ୍କ ଗାଡ଼ି ଖରାପ ହେବାରୁ ତୁମୁଡ଼ିବନ୍ଧପଟରୁ ଆସୁଥିବା ଏକ ଅଟୋରେ ମ.ରମପୁରକୁ ଫେରୁଥିବାବେଳେ କେନ୍ଦୁଘାଟି (ତିନ୍ ଧାରିଆ)ନିକଟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହେଇଥିଲା। ସ୍ଥାନୀୟ ଲୋକ ଖବର ପାଇ ଗୁରୁତରମାନଙ୍କୁ ପ୍ରଥମେ ମ.ରାମପୁର ଡ଼ାକ୍ତରଖାନା ନେଇଥିଲା ଏବଂ ପରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ବାପିକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବାବେଳେ ଗୁରୁତର ମଣ୍ଟୁର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।





