Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଟିଏମରୁ ଟଙ୍କା ଲୁଟି ଜଙ୍ଗଲରେ ଲୁଚିଥିଲେ, ୨୦ ଲକ୍ଷ ଜବତ, ୫ ଗିରଫ

by ସଞ୍ଜୟ ସ୍ୱାଇଁ
January 31, 2024
in Crime, State
ଏଟିଏମରୁ ଟଙ୍କା ଲୁଟି ଜଙ୍ଗଲରେ ଲୁଚିଥିଲେ, ୨୦ ଲକ୍ଷ ଜବତ, ୫ ଗିରଫ
64
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ଏଟିଏମରୁ ଟଙ୍କା ପଇସା ଲୁଟି ଜଙ୍ଗଲରେ ଲୁଚିଥିଲେ ୫ ଲୁଟେରା। ରାତିତମାମ ଜଙ୍ଗଲରେ ଛାନଭିନ୍‌ ପରେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ। ଗିରଫ ୫ ଜଣକୁ ଡାବୁଗାଁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୁଲିସ। ଗିରଫ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଘର ହରିୟାଣା ଓ ଜଣକଙ୍କ ଘର ଛତିଶଗଡ଼ ରାୟପୁର ସହରର ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ବ୍ଲକ ଅଫିସକୁ ଲାଗିଥିବା ଏସବିଆଇ ଏଟିଏମ କାଟି ଟଙ୍କାପଇସା ଲୁଟି ନେଇଥିଲେ ଲୁଟେରା। ପରେ ଏଟିଏମରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଛାନଭିନ୍ କରିଥିଲା। ପରେ ଡାବୁଗାଁ ପାଖ ଜଙ୍ଗଲ ଭିତରେ ଏକ କାର୍‌ ଠାବ କରିଥିଲା। ଜଙ୍ଗଲରେ ଲୁଟେରାମାନେ ଲୁଚି ରହିଥିବା ପୁଲିସର ସନ୍ଦେହ ବଢ଼ିଥିଲା। ଲୁଟେରାଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୁଲିସ। ରାତି ତମାମ ଛାନଭିନ୍ ପରେ ୫ଜଣ ଲୁଟେରାଙ୍କୁ ଗିରଫ କରିଥିଲା ପୁଲିସ। ଲୁଟେରାଙ୍କ ପାଖରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ବହୁ ଟଙ୍କା ଲୁଟେରା ଜଙ୍ଗଲ ମଧ୍ୟରେ ଲୁଚାଇ ରଖି ଥିବା ପୁଲିସ ସନ୍ଦେହ କରୁଛି। ଡାବୁଗାଁ ଥାନାରେ ନବରଙ୍ଗପୁର ଏସପି ରୋହିତ ବର୍ମା ମଧ୍ୟ ଉପସ୍ଥିତ ରହି ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!