ୟୁନିଟେକ ବାଷିକୋତ୍ସବ ଅନୁଷ୍ଠିତ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଅବସ୍ଥିତ ୟୁନିଟେକ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ବାଷିକୋତ୍ସବ ‘ୟୁନିଫେଷ୍ଟ’ ଅନୁଷ୍ଠିତ ହୋଇଛି । ଆଜି ଏହାର ପ୍ରଥମ ଦିବସରେ ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତୀତ ବହୁତ ଛୋଟ, ଭବିଷ୍ୟତ ଲମ୍ବା ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି । ଏହି ମର୍ମ ଯିଏ ବୁଝିବ ସେ ନିଶ୍ଚିତ ସଫଳ ହେବ ବୋଲି କହିଛନ୍ତି । ସମୟକୁ ନଷ୍ଟ ନକରି ଭବିଷ୍ୟତ ଗଢ଼ିବାକୁ ଚେଷ୍ଟା କର ବୋଲି ମନ୍ତ୍ରୀ ଡ. ସାହୁ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରବି ଶତପଥ. ଊୁନିଟେକ ନିର୍ଦ୍ଦେଶକ ପ୍ରବୀର କୁମାର ପୃଷ୍ଟି, ଅଧ୍ୟକ୍ଷ ପ୍ରଦୀପ କୁମାର ପୃଷ୍ଟି, ରୋଜାଲିନ୍ ପାତ୍ର, ପ୍ରଫେସର କୃର୍ଷ୍ଣପ୍ରସାଦ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।






