ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ସର୍ବପୁରାତନ ନାଟ୍ୟ ସଂସ୍ଥା ‘ସଂସ୍କୃତି ସଂସଦ’ ଦ୍ୱାରା ଏ ବର୍ଷର ନାଟକ ଅଶ୍ୱମେଧ ଘୋଡ଼ା ପରିବେଷଣ କରାଯିବ । ଏହି ନାଟକଟି ୨୪ ତାରିଖ ବୁଧବାର ରାତ୍ର ୭ ଘଟିକା ସମୟରେ ପଠାଣି ସାମନ୍ତ ଅଡ଼ିଟୋରିୟମ ପରିସରରେ ପରିବେଷଣ କରାଯିବ । ଅଶ୍ୱମେଧର ଘୋଡ଼ା ନାଟକଟି ନାଟ୍ୟକାର ଡ଼ ସୁଧାଂଶୁ ନାୟକଙ୍କ ରଚିତ ଓ ଭଗବତୀ ଚରଣ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନାଟକ ମଞ୍ଚସ୍ଥ କରାଯିବ । ନୟାଗଡ଼ କଳା ସାହିତ୍ୟ ଓ ସଂସ୍କୃତିକୁ ବ ।ଇ ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି । ଏଥି ସହିତ ଏହି ନାଟକକୁ ଦେଖିବା ପାଇଁ ବହୁମାତ୍ରାରେ ନାଟକ ପ୍ରେମୀ ଯୋଗ ଦେଇ ଅଶ୍ୱମେଧର ଘୋଡ଼ା ନାଟକକୁ ଉପଭୋଗ କରିବା ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।





