ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଇଂଲଣ୍ଡ ଜନସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ବଡ଼ ସୂଚନା । ଆଷ୍ଟ୍ରାଜିନାର ଗୋଟିଏ ଡୋଜ୍ ଟିକା ନେବା ଦ୍ୱାରା କମିବ ମୃତ ସଂଖ୍ୟା । ପାଖାପାଖି ୮୦% ପ୍ରତିଶତ ମୃତ ସଂଖ୍ୟା କମାଇବାରେ ସହଯୋଗ କରିବ ଅଷ୍ଟ୍ରାଜିନା ଭ୍ୟାକସିନ୍ । ସୂଚନାନୁସାରେ, ଦେଶରେ କରୋନା ଜନିତ ମୃତ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି କିଭଳି କରୋନା ମୃତ ହାର କମ କରିହେବ ସେଥିପ୍ରତି ଧ୍ୟାନ ଦିଆଯାଇ ଇଂଲଣ୍ଡ ଜନସ୍ୱାସ୍ଥ୍ୟ ବିଭାଗ ଆଷ୍ଟ୍ରାଜିନାର ଗୋଟିଏ ଡୋଜ୍ ନେଲେ ମୃତ ସଂଖ୍ୟା କମାଇବାରେ ୮୦ପ୍ରତିଶତ କାର୍ଯ୍ୟ କରିବ । ସେ ଆହୁରୀ ମଧ୍ୟ କହିଛନ୍ତି ପିଫିଜର-ବୟୋନଟେଚ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭ୍ୟାକସନ୍ ଗୋଟିଏ ଡୋଜ୍ରେ ୮୦% ଏବଂ ଏହାର ଦ୍ୱିତୀୟ ଡୋଜରେ ୯୭% ଫଳପ୍ରଦ ଆଷ୍ଟ୍ରାଜିନାର ଭ୍ୟାକସିନ ନେଇଥିବା ବ୍ୟକ୍ତିଙ୍କ ତଥ୍ୟକୁ ନେଇ ଅଧ୍ୟୟନ କରାଯାଇଛି । ଡିସେମ୍ବରର ଏପ୍ରିଲ୍ ମାସରେ ସାମ୍ନାକୁ ଆସିଥିବା ପଜିଟିଭ୍ କେସ୍ ଏବଂ ୨୮ଦିନ ମଧ୍ୟରେ ଭ୍ୟାକସିନ୍ ନେଇ ମଧ୍ୟ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ତଥ୍ୟକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଆଷ୍ଟ୍ରାଜିନାର ଭ୍ୟାକସିନ୍ ଗୋଟିଏ ଡୋଜ୍ ନେଇଥିବା ପ୍ରାୟ ୫୫% ଲୋକ ସୁରକ୍ଷିତ ହୋଇଥିବା ବେଳେ ଫାଇଜରର ଗୋଟିଏ ଡୋଜ୍ ନେଇଥିବା ପ୍ରାୟ ୪୪% ଲୋକ ସୁରକ୍ଷିତ ଥିବା ଜଣାପଡିଛି । ଏନେଇ ଦେଶରେ ଟିକାକରଣ ତ୍ୱରାନ୍ୱୀତ ହେବା ପରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଇଂଲଣ୍ଡରେ ଲକଡାଉନ୍ ପ୍ରତବନ୍ଧକୁ କୋହଳ କରିବାକୁ ଯାଉଥିବା ସୂଚନା ମିଳିଛି ।






