Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଏସ୍‌‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା, ପୂରିଲା କଣ୍ଟ, ମିଳିଲାନି ନ୍ୟାୟ

by ସଞ୍ଜୟ ସ୍ୱାଇଁ
July 25, 2024
in Feature News
ଏଏସ୍‌‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା, ପୂରିଲା କଣ୍ଟ, ମିଳିଲାନି ନ୍ୟାୟ
117
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏଏସ୍‌‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଓ ଅନ୍ୟ ୫ଜଣ ମାଡ଼ ମାରିବା ଘଟଣାକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ ନ୍ୟାୟ ମିଳିପାରି ନାହିଁ। ଏପରିକ ବୈକୁଣ୍ଠନାଥଙ୍କ ପରିବାରକୁ ରାଜ୍ୟପାଳ ଦେଇଥିବା ୭ ଦିନିଆ କଣ୍ଟ ମଧ୍ୟ ପୁରିଯାଇଥିଲେ ମଧ୍ୟ କିଛି ଉତ୍ତର ମିଳିପାରି ନାହିଁ। ଏହି ଘଟଣାକୁ ନେଇ ବୈକୃଣ୍ଠଙ୍କ ପରିବାର ଲୋକ ଭୟଭିତରେ ଅଛନ୍ତି। ଏନେଇ ମଧ୍ୟ ବୈକୁଣ୍ଠଙ୍କ ପତ୍ନୀ ସୟୋଜ କୁମାରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟପାଳ ଦେଇଥିବା ୭ ଦିନ ପୁରୁଯାଇଛି। ଆମକୁ କିଛି ନ୍ୟାୟ ମିଳିପାରିନାହିଁ। କି ଥାନାରେ ଏନେଇ ମାମଲା ରୁଜୁ ହୋଇନାହିଁ। ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ ଅଛି। ଆମକୁ ନିହାତି ନ୍ୟାୟ ମିଳିବ। ଆଉ କିଛି ଦିନ ଆମେ ଅପେଛା କରିଛୁ। ଯଦି ନ୍ୟାୟ ନମିଳିବ ଆମେ ପରବର୍ତ୍ତି ନିଷ୍ପତ୍ତି ନେବୁ। ଅନ୍ୟପଟରେ ଏହି ଘଟଣାକୁ ପୁଲିସ କୌଣସିବି ମାମଲା ରୁଜୁ କରିନୀ। ବୈକୁଣ୍ଠନାଥ ଅନ୍‌‌ଲାଇନ୍‌‌ରେ ଅଭିଯୋଗ କରିଥିଲେ। କେବଳ ଅନ୍‌‌ଲାଇନ୍‌‌ରେ ଏହାକୁ ରିସିଭ୍‌‌ କରାଯାଇଥିଲେ ମାମଲା ରୁଜୁ କରାଯାଇ ନାହିଁ। ଗତ ୭ ତାରିଖରୁ ଆଜି ପର୍ଯ୍ୟନ୍ତ ସିସିଟିଏନଏସ୍‌‌ରେ ଏହି ଘଟଣାରେ କୌଣସି ମାମଲା ରୁଜୁ କରାଯାଇଥିବା ଦେଖିବାକୁ ମିଳିଛି। ଏନେଇ ସମୁଦ୍ରକୂଳ ଥାନା ଅଧିକାରୀଙ୍କୁ ଫୋନ୍‌‌ କଲେ ମଧ୍ୟ କୌଣସି ଜବାବ ମୁଳୁନି।ଏପରିଙ୍କୁ ତାଙ୍କୁ ଭେଟ କରିବାକୁ ସାମ୍ବାଦିକ ଯାଉଥିଲେ ମଧ୍ୟ ଲୁଚୁଥିବା ଅଭିଯୋଗ ହେଉଛି। ଏନେଇ ପୁରୀ ଏସ୍‌‌ପି ପିନାକୀ ମିଶ୍ର କହିଛନ୍ତି ଯେ, ଏନେଇ କୌଣସି ମାମଲା ରୁଜୁ କରାଯାଇ ନାହିଁ। ଅନ୍‌‌ଲାଇନ୍‌‌ କରାଯାଇଥିବା ଅଭିଯୋଗକୁ ରିସିଭ୍‌‌ କରାଯାଇଛି। ଏହି ଘଟଣାରେ ଜିଲ୍ଲାପାଳ ତଦନ୍ତ କରୁଛନ୍ତି। ଗତ ୧୩ ତାରିଖରେ ଏଏସ୍‌‌ଓ ବୈକୁଣ୍ଠନାଥ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଭେଟି ନ୍ୟାୟ ପାଇଁ ଆଶ୍ୱାସନା ଦେଲେ ରାଜ୍ୟପାଳ। ଉଭୟଙ୍କୁ ରାଜଭବନ ଡାକି ରାଜ୍ୟପାଳ ସେମାନଙ୍କ ସହିତ ଘଟଣା ସମ୍ପର୍କରେ ସବୁକଥା ପଚାରି ବୁଝିଛନ୍ତି। ଏଥିସହ ୭ ଦିନ ଭିତରେ ନ୍ୟାୟ ଦେବାକୁ ଆଶ୍ୱାସନା ଦେଇଥିଲେ। ଏପରିକି ରାଜ୍ୟପାଳଙ୍କ ଉପସ୍ଥିତିରେ ରୋଷେୟା ଭୁଲ ଭୁଲ୍‌‌ ମାଗିଥିବା ବେଳେ ଅନ୍ୟ ୫ ଜଣ ଅନୁପସ୍ଥିତ ଥିଲେ। ଗତ ୭ତାଖରେ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସ୍‌‌ଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଓ ଅନ୍ୟ ୫ ଜଣ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ ବୈକୁଣ୍ଠଙ୍କ ପତ୍ନୀ। ସେ ଅନ୍‌‌ଲାଇନ୍‌‌ରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନେଇ ଓଡ଼ିଶା ସଚିବାଳୟ ସେବାର ଅଧିକାରୀ ବୈକୁଣ୍ଠନାଥ ପ୍ରଧାନ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା। ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଦେଇଥିବା ଲିଖିତ ଅଭିଯୋଗରେ ବୈକୁଣ୍ଠ ଦର୍ଶାଇଛନ୍ତି ଯେ, ପୁରୀ ରାଜଭବନରେ ଜୁଲାଇ ୭ତାରିଖ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ସେ ଗତ ୫ତାରିଖରୁ ପୁରୀରେ ରହିଥିଲେ। ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ବେଶ୍‌‌ ଭଲରେ ସମ୍ପାଦନ ହୋଇଥିଲା। କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବା ବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ। ରାଜଭବନର ସୁଟ୍‌‌ ନମ୍ୱର-୪ରେ ରହୁଥିବା ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ, କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ କୁଆଡ଼େ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଅଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ। ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ ବୋଲି ବୈକୁଣ୍ଠ ଅଭିଯୋଗ କରିଥିଲେ। ଦାମୀ ଗାଡ଼ି ଆଣିନଥିବାରୁ ଏଭଳି ଆକ୍ରମଣ କରିଥିଲେ ରାଜ୍ୟପାଳଙ୍କ ପୁଅ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!