Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ

by ସଞ୍ଜୟ ସ୍ୱାଇଁ
July 26, 2021
in Feature News
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ
63
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍‌ ତି୍ରପାଠୀ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଆଜି ଟିଟିଲାଗଡ଼ ଉପଖଣ୍ଡରେ ଅନେକ ବିକାଶମୂଳକ କାର୍ଯ୍ୟର ଶୁଭଉଦ୍‌ଘାଟନ କରିଛନ୍ତି । ଟିଟିଲାଗଡ଼ଠାରେ ଆଧୁନିକ ଶ୍ମଶାନ ‘ମୁକ୍ତିଧାମ’, ଡିଏଭି ମହାବିଦ୍ୟାଳୟଠାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪୦ ଶଯ୍ୟାବିଶିଷ୍ଟ ଛାତ୍ରୀନିବସର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ‘ମୁକ୍ତିଧାମ’ ପରିସରରେ ସେ ବୃକ୍ଷରୋପଣ କରି ଏହାର ଯତ୍ନ ପାଇଁ ସ୍ଥାନୀୟ ଲୋକ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ଟିଟିଲାଗଡ଼ ସହରରେ ଫ୍ଲାଏଓଭର ନେଇ ସ୍ଥାନୀୟ ଲୋକେ ଯିବାଆସିବାରେ ସମସ୍ୟା ରହିଥିବା ଯୋଗୁଁ ସେଠାରେ ଏକ ଅଣ୍ଡରପାସ୍‌ ନିମନ୍ତେ ସେ ପ୍ରସ୍ତାବ ରହିଥିବା ସାମ୍ବାଦିକମାନଙ୍କୁ କହିଥିଲେ । ଏଥି ସହିତ ସହରର ଆବଶ୍ୟକତାକୁ ନଜରରେ ରଖି ଆଗାମୀ ଦିନରେ ଏକ ଅତ୍ୟାଧୁନିକ କଲ୍ୟାଣମଣ୍ଡପ ଓ ଅଡିଟୋରିୟମ୍‌ ନିର୍ମାଣର ପରିକଳ୍ପନା କରାଯାଇଥିବା ଏବଂ ସ୍ଥାନୀୟ ବାଳକ ଉଚ୍ଚବିଦ୍ୟାଳୟର ଉନ୍ନୟନ ନିମନ୍ତେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୯୦ ଲକ୍ଷ ଟଙ୍କା ମଂଜୁର କରିଥିବା ସେ ପ୍ରକାଶ କରିଥିଲେ । ସେ ସଇଁତଳା ବ୍ଲକ୍‌ ଅନ୍ତର୍ଗତ କରମତାଲାଠାରେ ଏକ ୩୩/୧୧ କେଭିର ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ଉଦ୍‌ଘାଟନ କରିଛନ୍ତି । ଏହି ଗ୍ରୀଡ଼ ସବ୍‌ଷ୍ଟେସନ୍‌ ସ୍ଥାପନ ଯୋଗୁଁ ଦୀର୍ଘଦିନ ଧରି ରହିଆସୁଥିବା ଲୋ-ଭୋଲଟେଜ୍‌ ସମସ୍ୟା ଦୂର ହେବା ସହ ଏହି ଅଞ୍ଚଳର ୭ ହଜାର ଉପଭୋକ୍ତା ଉନ୍ନତ ବିଦୁ୍ୟତ ସେବା ପାଇପାରିବେ ଏବଂ ଏହା କମରତାଲା ସମେତ କୁମ୍ଭାରୀ, ତଲବାହାଲ, ଗଣ୍ଡା ପତ୍ରାପାଲି, କୁଇକେଡ଼ା ଓ ଧରପଗଡ଼ ପରି ୬ଟି ଗ୍ରାମପଞ୍ଚାୟତକୁ ବିଦୁ୍ୟତ ଯୋଗାଇପାରିବ । ଏହି ଗ୍ରୀଡ଼ ଯୋଗୁଁ ନୂତନ ଶିଳ୍ପାୟନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଇଛି । ଏଥିରୁ ପାଟମରା, ତଲବାହାଲ ଓ ଫପ୍‌ସି ପରି ତିନୋଟି ୧୧ କେଭି ଫିଡରକୁ ଅତିରିକ୍ତ ଭାବେ ବିଦୁ୍ୟତଯୋଗାଣ ସମ୍ଭବ ହେବ । ଏହିପରି ଟ୍ରିକାପଡ଼ାଠାରେ ନିର୍ମାଣାଧୀନ ଫିଡର ଗ୍ରୀଡ଼ କାର୍ଯ୍ୟାରମ୍ଭ କଲେ ଅତିରିକ୍ତ ୩ ହଜାର ଉପଭୋକ୍ତା ବିଦୁ୍ୟତ ସେବା ପାଇପାରିବେ ଏବଂ ଉନ୍ନତମାନର ବିଦୁ୍ୟତ ଯୋଗାଇ ଦିଆଯାଇପାରିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ପରେ ଶ୍ରୀ ତି୍ରପାଠୀ ବଲାଙ୍ଗୀରଠାରେ ନିର୍ମାଣାଧୀନ ଥିବା ନୂତନ ବସ୍‌-ଟର୍ମିନାଲ ବୁଲି ଦେଖିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!