Monday, June 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ନିର୍ବାଚିତ

by ସଞ୍ଜୟ ସ୍ୱାଇଁ
September 27, 2021
in State
ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ନିର୍ବାଚିତ
154
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ନିର୍ବାଚିତ ହୋଇଛନ୍ତି। ସେ ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇଛନ୍ତି। ଏହି ନିର୍ବାଚନରେ ଅସିତ୍‌ଙ୍କୁ ମୋଟ ୭୭୬ଟି ଭୋଟ୍ ମିଳିଥିଲା। ଅନ୍ୟପକ୍ଷରେ ବିଜୟଙ୍କୁ ୪୯୮ଟି ଭୋଟ୍‌ ମିଳିଥିଲା। ଭୁବନେଶ୍ୱର କ୍ଲବ୍‌ର ସଭାପତି ନିର୍ବାଚିତ ହେବା ପରେ ଅସିତ କହିଛନ୍ତି ଯେ ଏହା ଏକ ୭୦ ବର୍ଷରୁ ଅଧିକ ସମୟର କ୍ଲବ୍‌। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହି କ୍ଲବ୍ ଗଠନ କରାଯାଇଥିଲା, ତା’ର ଉଦ୍ଦେଶ୍ୟ ପୂରଣ ହୋଇପାରି ନାହିଁ। କ୍ଲବ୍ କହିଲେ କେବଳ ଏକ ବାର୍‌ କି ରେଷ୍ଟୁରାଣ୍ଟ ନୁହେଁ। ତାଙ୍କ ନୂଆ ଟିମ୍ କ୍ଲବ୍‌କୁ ଏକ ନୂଆ ଦିଗରେ ଆଗେଇ ନେବ। ଭୁବନେଶ୍ୱର କ୍ଳବ୍ ୭୧ ବର୍ଷ ତଳେ ଗଠନ ହୋଇଥିଲା। ଏଥିରେ ଏବେ ରାଜନେତା, ଆଇଏଏସ୍‌ ଓ ଶିଳ୍ପପତିମାନେ ସଦସ୍ୟ ଅଛନ୍ତି। ଗତ ବର୍ଷ ଡିସେମ୍ବର ୩୧ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ଅସିତ୍ ତ୍ରିପାଠୀ। ଏହା ପରେ ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ୟ୍ୟ କରୁଛନ୍ତି। ଆଞ୍ଚଳିକ ବିକାଶ, ପର୍ୟ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ୟ୍ୟ କରୁଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!