ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଏସିଆନ ଗେମ୍ସକୁ ନେଇ ଦ୍ୱନ୍ଦ ଦେଖାଦେଇଛି । ଏସିଆନ୍ ଗେମ୍ସ ବାଟରେ କଣ୍ଟା ହେବାକୁ ଯାଉଛି କରୋନା ଭାଇରସ୍ । ଚୀନରେ କରୋନା ଭାଇରସ୍ ପୁଣିଥରେ ଦ୍ରୁତଗତିରେ ମାଡି ଚାଲିଛି । ଏହାକୁ ଦେଖି ବେଜିଂରେ ହେବାକୁ ଥିବା ଏସିଆନ୍ ଗେମ୍ସ ଆୟୋଜନ ନିର୍ଦ୍ଧାରିତ ସମୟରେ ହେବା ନେଇ ସନ୍ଦେହ ସୃଷ୍ଟି କରିଛି । ସେପ୍ଟେମ୍ବର ୧୦ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନ ୨୬ ସହରକୁ ଲକଡାଉନ୍ କରାଯାଇଛି । ପାଖାପାଖି ୨୧କୋଟି ଲୋକ ଘରେ ବନ୍ଦ ହୋଇ ରହିଛନ୍ତି । ହାତରେ ଆଉ ୩ମାସ ସମୟ ଥିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିବା ନେଇ ପ୍ରଶ୍ନାବାଚୀ ସୃଷ୍ଟି କରିଛି । ଏସିଆନ୍ ଗେମ୍ସରେ ୪୦ ଖେଳରେ ୬୧ ଇଭେଂଟ ଆୟୋଜିତ ହେବ । ୧୧ବର୍ଷ ପରେ ଏଥର ଟି-୨୦ ମାଧ୍ୟମରେ କ୍ରିକେଟକୁ ସାମିଲ କରାଯାଇଛି । ଭାରତ ୧୯୯୦ ବ୍ୟତୀତ ଅନ୍ୟ ଏସିଆନ ଗେମ୍ସ ଗୁଡିକରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ୧୦ଜଣଙ୍କ ମଧ୍ୟରେ ରହି ଆସିଛି । ଏସିଆନ୍ ଗେମ୍ସରେ ଭାରତ ଓଭରାଲ ୧୩୯ସ୍ୱର୍ଣ୍ଣ, ୧୭୮ ରୌପୂ ଓ ୨୯୯ ବ୍ରୋଞ୍ଜ ପଦକ ହାସଲ କରିଛି ।






