Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାକିସ୍ତାନକୁ ବଡ ଝଟକା, ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍

by ସଞ୍ଜୟ ସ୍ୱାଇଁ
June 15, 2023
in NATIONAL NEWS, Sports
ପାକିସ୍ତାନକୁ ବଡ ଝଟକା, ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍
187
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): କନକ ବ୍ୟୁରୋ: ବହୁଦିନର ଛକାପଞ୍ଝା ପରେ ଏସିଆ କପକୁ ନେଇ ଆସିଛି ବଡ ଖବର । ଏଥର ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍ । ଖାଲି ସେତିକି ନୁହେଁ, ଅଗଷ୍ଟ-ସେପ୍ଟେମ୍ବର ମାସରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ତାରିଖ ମଧ୍ୟ ଘୋଷଣା କରାଯାଇଛି । ତେବେ ଏହି ଘୋଷଣା ପରେ ପାକିସ୍ତାନକୁ ବଡ ଝଟକା ଲାଗିଥିବାବେଳେ, ଶ୍ରୀଲଙ୍କା ପାଇଁ ଆସିଛି ଖୁସି ଖବର । ମିଳିଥିବା ସୂଚନା ମୁତାବକ, ହାଇବ୍ରିଡ୍ ମଡେଲରେ ଏସିଆ କପ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯିବା ପରେ, ପାକିସ୍ତାନରେ କେବଳ ୪ଟି ମ୍ୟାଚ୍ ଆୟୋଜନ କରାଯିବ । ତା ବାଦ୍ ବାକି ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ସେପ୍ଟେମ୍ବର ୧୭ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ଖେଳାଯିବ । ଆଇସିସି ସିଇଓ ଜେଓଫ୍ ଏଲର୍ଡିସ୍ ଏବଂ ଚେୟାରମ୍ୟାନ୍ ଗ୍ରେଗ୍ ବାର୍କେଲ, ପିସିବି ଅଧ୍ୟକ୍ଷ ନଜର ସେଠୀଙ୍କ ସହ ମିଶି ଏନେଇ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଏସିଆ କପ୍ ହାଇବ୍ରିଡ୍ ମଡେଲରେ ଖେଳାଯିବ ବୋଲି ଜଣାପଡିଛି । ତେବେ ଏଥର ଏସିଆ କପ୍ ଆୟୋଜନ ପାକିସ୍ତାନ ପାଖରେ ଥିଲା । ହେଲେ ଟିମ୍ ଇଣ୍ଡିଆ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ଯାହା ପରେ ଏହି ପ୍ରସଙ୍ଗକୁ ନେଇ ବିବାଦ ଠିଆ ହେଇଥିଲା । ତେବେ ବହୁ ବାଦ୍ ବିବାଦ ପରେ ଏବେ ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ନିଷ୍ପତ୍ତି ହେଇଛି । ଏଥର ଦିନିକିଆ ଫର୍ମାଟରେ ଏସିଆ କପ୍ ଖେଳାଯିବ । ଯେଉଁଥିରେ କି, ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ସହିତ ନେପାଳ ଭାଗନେବେ । ତେବେ ଭାରତ, ପାକିସ୍ତାନ ଏବଂ ନେପାଳ ଗୋଟିଏ ଗ୍ରୁପରେ ଥିବାବେଳେ, ବାକି ଦେଶ ଅନ୍ୟ ଗୋଟିଏ ଗ୍ରୁପରେ ରହିଛନ୍ତି । ଲିଗ୍ ମ୍ୟାଚ୍ ଖେଳି ଦୁଇଟି ଗ୍ରୁପରୁ ଦୁଇଟି ଲେଖାଏଁ ଟିମ୍ ସୁପର-୪ରେ ପହଞ୍ଚିବେ । ସୁପର-୪ରେ ରାଉଣ୍ଡ ରବିନ୍ ଫର୍ମାଟରେ ମୋଟ ୬ଟି ମ୍ୟାଚ୍ ଖେଳାଯିବ । ଏହାପରେ ସେଠାରୁ ଶ୍ରେଷ୍ଠ ଦୁଇଟି ଟିମ୍ ଫାଇନାଲ ଖେଳିବେ । ଏଥର ଏସିଆ କପରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!