ନୟାଗଡ଼,(ବାଘୁଆବାର୍ତ୍ତା): କାର୍ଯ୍ୟରେ ଅବହେଳା କରିଥିବାରୁ ଏଏସଆଇଙ୍କୁ ମହଙ୍ଗା ପଡିଛି । ଯାହାଫଳରେ ଏଏସଆଇଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନାନୁସାରେ, ପୁରୀ ଜିଲ୍ଲା ଏସପି ଡ. କନୱର ବିଶାଲ ସିଂ ମଙ୍ଗଳବାର ଦିନ ତାଳବଣିଆ ଥାନା ଅ ଳରେ ପେଟ୍ରୋଲିଂରେ ଯାଇଥିବା ବେଳେ ଗ୍ରୀଡକୋ ଛକରେ ଡ୍ୟୁଟି କରୁଥିବା ତାଳବଣିଆ ଥାନାର ଏଏସଆଇ ଲକ୍ଷ୍ମଣ ସୋରେନଙ୍କୁ ଦେଖିବାକୁ ପାଇନଥିଲେ । ବହୁ ସମୟ ଧରି ଏସପି ବିଶାଲ ସିଂ ଲକ୍ଷ୍ମଣ ସୋରେନକୁ ଅପେକ୍ଷା କରିବା ପରେ ଏଏସଆଇ ଆସିନଥିଲେ । ତେଣୁ କାର୍ଯ୍ୟରେ ଅବହେଳା କରିଥିବା ନେଇ ଆଜି ଏସପି ବିଶାଲ ସିଂ ଏଏସଆଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲକ୍ଷ୍ମଣ ସୋରେନକୁ ସସପେଣ୍ଡ କରିଥିବା ଜଣାପଡିଛି ।





