ସୋର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଦୁଇ ପୋଲିସ କର୍ମଚାରୀ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଏଏସଆଇ ଏବଂ ହୋମ୍ଗାର୍ଡଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଉଭୟ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନାରେ ଭିଜିଲାନ୍ସ ଚଢାଉ କରିଥିଲା । ଥାନାର ଜଣେ ଏଏସଆଇ ରତିକାନ୍ତ ରାଉତ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଗିରଫ କରିଛି । ରେମୁଣା ମେଣ୍ଡ୍ରକ୍ଷ ଗାଁର ଗୌରାଙ୍ଗ ମହାରଣାଙ୍କ ମେଟାଲ ଟ୍ରକ୍ ଛାଡ଼ିବା ପାଇଁ ଉଭୟ ୨୦ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ଭିଜିଲାନ୍ସ ଡିଏସପି ମହେଶ୍ବର ସେଠୀଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିଲା ।





