ନୟାଗଡ଼, (ବାଘୁଆବାର୍ତ୍ତା): ଶରଣକୁଳଠାରେ ପ୍ରସିଦ୍ଧ ଶୈବପୀଠ ଲଡୁବାବାଙ୍କ ପବିତ୍ର ମହାଶିବ ରାତ୍ରୀ ପରଦିନ ସମଗ୍ର ଶରଣକୁଳ ଅଞ୍ଚଳରେ ‘ଆଶ୍ରୟ’ର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା କୁଢ଼ କୁଢ଼ ଅଳିଆ ଆବର୍ଜନା, ପଲିଥିନ ଓ ଦୀପକୁ ଶତାଧିକ ସ୍ୱେଚ୍ଛାସେବୀ ମାନେ ସଫା କରିଥିଲେ । ସୁଚନା ଯୋଗ୍ୟଯେ ନୟାଗଡ଼ ଜିଲ୍ଲାର ଶରଣକୁଳର ବାଉଁଶିଆସ୍ଥିତ ରାଜ୍ୟର ଅଗ୍ରଣୀ ଓ ପ୍ରତିଷ୍ଠିତ ସମାଜ କଲ୍ୟାଣ ସଂସ୍ଥାନ ‘ଆଶ୍ରୟ’ ଦିବ୍ୟାଙ୍ଗ ସେବା ଗ୍ରାମର ଡାକରାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ସ୍ୱେଚ୍ଛାସେବୀଙ୍କୁ ଏକତ୍ରିତ କରି ‘ଆଶ୍ରୟ’ର ଏହି ସଫେଇ କାର୍ଯ୍ୟକ୍ରମ ଏବଂ ସ୍ୱେଚ୍ଛାସେବୀ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସ୍ୱେଚ୍ଛାସେବୀ ମାନେ ଭୋର ୪ଟାରୁ ସକାଳ ୮ଟା ମଧ୍ୟରେ ମନ୍ଦିର ସିଂହ ଦ୍ୱାରରୁ ସଫେଇ କାର୍ଯ୍ୟ ଆରମ୍ଭ କରି ଲଡୁବାବାଙ୍କ ମନ୍ଦିର ସହିତ ସମଗ୍ର ଶରଣକୁଳ ଅଞ୍ଚଳକୁ ମିଳିମିଶି ସଫା କରିଥିଲେ । ଆସନ୍ତା ଦୁଇ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ‘ମା’ ଝାଡେଶ୍ୱରୀଙ୍କ ପିଠରେ ସଫେଇ କାର୍ଯ୍ୟ କରାଯିବା ସହିତ ସ୍ୱେଚ୍ଛା ସେବୀଙ୍କୁ ଏକତ୍ରିତ କରି ‘ଆଶ୍ରୟ’ର ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଠାରେ ସୁଚାଇ ଦିଆଯାଉ ଅଛିକି ‘ଆଶ୍ରୟ’ର ପ୍ରତିଷ୍ଠାତା ତଥା ଜଣାଶୁଣା ସମାଜସେବୀ ଲୋକନାଥ ଦାଶଙ୍କ ନେତୃତ୍ୱରେ ୧୯୯୧ ମସିହାଠାରୁ ଅଦ୍ୟବଧୀ ଦୀର୍ଘ ୩୫ ବର୍ଷ ଧରି ‘ଆଶ୍ରୟ’ ଏହି ସେବା କାର୍ଯ୍ୟ କରିଆସୁଛି । ଆଜିକାର ଏହି ସଫେଇ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ମାନେ ଏହି ସଫେଇ କାର୍ଯ୍ୟ ଉତ୍ସାହିତ ହୋଇ କରୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ, ସଙ୍ଗଠକ କ୍ଲବ, ଯୁବକ ସଂଘ ଓ ଗ୍ରାମ୍ୟ କମିଟିରୁ ବହୁ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।





