Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଟାର୍ଗେଟ କଲେ ଅଶୋକ ଗେହଲଟ

by ସଞ୍ଜୟ ସ୍ୱାଇଁ
May 30, 2021
in NATIONAL NEWS, Politics
ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଟାର୍ଗେଟ କଲେ ଅଶୋକ ଗେହଲଟ
81
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ବାରମ୍ୱାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। କରୋନା ମହାମାରୀ ବେଳେ ବାରମ୍ୱାର ତେଲ ଦର ବୃଦ୍ଧି ହେଉଛି। ଏହା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି ବୋଲି ସେ କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏବେ ପେଟ୍ରୋଲ ଦର ସେଞ୍ଚୁରୀ ମାରି ସାରିଛି। କରୋନା ମହାମାରୀ ବେଳେ କିଛି ଜୀବିକା ହରାଇଛନ୍ତି ତ ଆଉ କିଛି ବ୍ୟକ୍ତିଙ୍କର ରୋଜଗାର କମିଛି। ଏଭଳି ସ୍ଥିତିରେ ତେଲ ଦର ବୃଦ୍ଧି ହେବା ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାଜିଛି ବୋଲି ସେ କହିଛନ୍ତି। ଅଶୋକ ଗେହଲଟ କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ଲଗାଇ ଏକ ତୃତୀୟାଂଶ ଆୟ କରୁଛନ୍ତି। ଗତକାଲି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୨୬ ପିଇସା ଓ ଡିଜେଲ ଲିଟର ପିଛା ଦାମ ୨୮ ପିଇସା ମହଙ୍ଗା ହୋଇଥିଲା। ଏହି ବର୍ଦ୍ଧିତ ଦର ପାଇଁ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୯୩.୯୪ ଟଙ୍କା ଓ ଡିଜେଲର ଦର ୮୪.୮୯ ଟଙ୍କା ହୋଇଛି। ଗତକାଲି ଏହାର ଲିଟର ପିଛା ଦାମ ଯଥାକ୍ରମେ ୯୩.୬୮ ଟଙ୍କା ଓ ୮୪.୬୧ ଟଙ୍କା ରହିଥିଲା। ସେହିପରି ବିଭିନ୍ନ ରାଜ୍ୟରେ ତେଲ ଦର ଉପରେ ଟିକସ ଅଲଗା ରହିଥିବାର ପେଟ୍ରୋଲ ଓ ଡିଜେଲ ଦର ଅଲଗା ଅଲଗା ରୁହେ। ଏବେ ରାଜଧାନୀ ମୁମ୍ବାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଲିଟର ପିଛା ୯୨.୧୭ ଟଙ୍କା ରହିଛି। ସେହିପରି ମଧ୍ୟପ୍ରଦେଶ ଓ ରାଜସ୍ଥାନର ଏକାଧିକ ସହରରେ ପେଟ୍ରୋଲ ଲିଟର ପିଛା ଶତକ ଟପିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!