କଲେଜର ପ୍ରତିଷ୍ଠାତା ଅଧ୍ୟକ୍ଷଙ୍କ ନାମରେ “ଅସୀମ ଅଶୋକ” ପୁସ୍ତକ ଉନ୍ମୋଚୀତ ଓ ସମ୍ବର୍ଦ୍ଧନା
ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ସବ ଏକ ଜାତୀୟ ଛୁଟି ଦିବସ ନୁହେଁ ବରଂ ସମସ୍ତଙ୍କ ପାଇଁ ଏକ ଅଭୁଲା ସ୍ମୃତି ରୁପେ ମାନସ ପଟ୍ଟରେ ସାଇତା ହୋଇ ରହିବ । ନିଜେ ନିଜେ ନିରନ୍ତର ଅଧ୍ୟୟନ ସହ ବ୍ୟାୟାମ ନାଚ ଗୀତ ପ୍ରତି ସମସ୍ତେ ସମୟ ଦେବା ଉଚିତ ବୋଲି ଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ବରିଷ୍ଠ ପ୍ରଶାସକ ନିରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଯେତେ ଭଲ ପାଠ ପଢ଼ିଲେ ବା ସଫଳତାର ଶୀର୍ଷରେ ଚଢ଼ିଲେ ବି ସର୍ବଦା ଅନ୍ୟ ମାନଙ୍କ ପ୍ରତି ସମ୍ବେଦନଶୀଳ, ଭଦ୍ର ଏବଂ ନମ୍ର ହେବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଶିକ୍ଷାବିତ ଅଶୋକ କୁମାର ନାୟକଙ୍କ ମହାବିଦ୍ୟାଳର ପ୍ରତିଷ୍ଠାରେ ଉଲ୍ଲେଖଯୋଗ୍ୟ ଭୂମିକା ତଥା ଅବଦାନ ସମ୍ବଳିତ ଏହି ଅଞ୍ଚଳର ବ୍ଲକଜୀବୀ ସାହିତ୍ୟିକ ତଥା ଶୁଭେଚ୍ଛୁ ମାନଙ୍କ ଆଲେଖ୍ୟ ସମ୍ବଳିତ ସ୍ମରଣୀକା “ଅସୀମ ଅଶୋକ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଉଭୟ ଇଟାମାଟି ମହା ବିଦ୍ୟାଳୟ ଏବଂ ଯଦୁମଣି କ୍ଲବ ସୌଜନ୍ୟରେ ପ୍ରକାଶିତ ଏହି ସ୍ମରଣୀକା ଉପରେ ଫକୀର ଚରଣ ବୈରିରଞ୍ଜନ ଏବଂ ଦିଲ୍ଲୀପ ସାହୁ ସୁଚନା ଦେଇଥିଲେ । ଅଧ୍ୟାପକ ଏବଂ କର୍ମଚାରୀ ପରିଷଦର ସମ୍ପାଦକ ଅଧ୍ୟାପିକା ସାଲିଳା ସାମଲ ଏବଂ ପ୍ରଶାନ୍ତ କୁମାର ରଥ ଯଥାକ୍ରମେ ବାର୍ଷିକ ବିବରଣୀ ପଠନ ଏବଂ ବେଦ ପାଠ କରିଥିଲେ ।

ଏହି ଅବସରରେ ମାଟ୍ରିକରେ ସର୍ବାଧିକ ନମ୍ବର ରଖି କଲେଜରେ ନାମ ଲେଖାଇଥିବା ଛାତ୍ରୀ ରୋଜି ବେହେରାଙ୍କୁ ଭାରତୀ ସାହୁ ସ୍ମାରକୀ କୃତି ପାଞ୍ଚ ହଜାର, ଯୁକ୍ତ ଦୁଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ତଥା +୨ କଳାରେ ରାଜ୍ୟରେ ସପ୍ତମ ସ୍ଥାନ ଅଧିକାର କରିଥିବା ଅନନ୍ୟା ମୈତ୍ରୀ ଏବଂ ବିଜ୍ଞାନରେ କଲେଜରେ +୨ ପରୀକ୍ଷାରେ କଲେଜ ଟପର ହୋଇଥିବା ସୁଭ୍ରମ ସାହୁଙ୍କୁ ପାନାଦେବୀ ସ୍ମାରକୀ କୃତି ପାଞ୍ଚ ହଜାର ଲେଖାଏଁ ଦିଆଯାଇଥିଲା ।

ଅଧ୍ୟାପକ ସୁକାନ୍ତ କୁମାର ପାତ୍ର ଏବଂ ଖେଳ ଶିକ୍ଷକ ଅମୀୟ ମୋହନ ସାହୁ କଲେଜରେ ଅନୁଷ୍ଠିତ ବାର୍ଷିକ ଖେଳକୁଦ ପ୍ରତିଯୋଗିତାର ବାଳକ ବିଭାଗର ଚମ୍ପିଆନ ପାପୁନ ଜେନା ଏବଂ ବାଳିକା ଚମ୍ପିଆନ ଝୁଲୀ ପରିଡା ଏବଂ ସାହିତ୍ୟ ସମ୍ପର୍କିକ ପ୍ରତିଯୋଗିତାରେ ଚମ୍ପିଅନ ହୋଇଥିବା ଅସୀମା ବେହେରାଙ୍କ ସହିତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ଅଭୟ କୁମାର ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପର କରିଥିଲେ । ପରେପରେ ଅଧ୍ୟାପକ ପ୍ରଫୁଲ୍ଲ ମହାପାତ୍ର ଭାରତୀ ମିଶ୍ରଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଅଧ୍ୟାପକ ସୁପ୍ର୍ରିା ମହାପାତ୍ର, ସରୋଜ ନଳିନୀ ଦାସ, ଦିଲ୍ଲୀପ କୁମାର ନାୟକ ।





