Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁ ଗଣ୍ଡାରେ ବ୍ୟାପିଲାଣି କରୋନା, ନୂଆ ଗାଇଡ ଲାଇନ ଜାରି, ନଜର ରଖିବେ ଆଶାକର୍ମୀ ଏଏନଏମ

by ସଞ୍ଜୟ ସ୍ୱାଇଁ
May 16, 2021
in Health, NATIONAL NEWS
ଗାଁ ଗଣ୍ଡାରେ ବ୍ୟାପିଲାଣି କରୋନା, ନୂଆ ଗାଇଡ ଲାଇନ ଜାରି, ନଜର ରଖିବେ ଆଶାକର୍ମୀ ଏଏନଏମ
346
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା ଭାଇରସର ପ୍ରକୋପ ମଧ୍ୟରେ ଅଲଗା ଅଲଗା ଜାଗାରେ ଲକଡାଉନ ପରି କଟକଣାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ଗତ କିଛି ଦିନ ହେବ କରୋନା ସଂକ୍ରମଣର ନୂତନ ମାମଲାରେ ହ୍ରାସ ଘଟିଛି । ଗ୍ରାମାଞ୍ଚଳରେ କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ସରକାର କହିଛନ୍ତି, ଏବେ ଧିରେ ଧିରେ କରୋନା ଭାଇରସର ପ୍ରକୋପ ଗାଁ ଆଦିବାସୀ ବହୁଳ ଓ ସହର ଉପକଣ୍ଠ ଅଞ୍ଚଳରେ ଦେଖିବାକୁ ମିଳିଛି । ମାର୍ଗଦର୍ଶିକା ଜାରି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗ୍ରାମାଞ୍ଚଳରେ କରୋନାର ମୁକାବିଲା ପାଇଁ ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାର ଆବଶ୍ୟକତା ରହିଛି । ପ୍ରତିଟି ସ୍ତରରେ ସଜାଗ ରହିବା ଜରୁରୀ । ଗ୍ରାମାଞ୍ଚଳରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି । ସର୍ଭେଲାନ୍ସ, ସ୍କ୍ରିିନିଂ ଓ ଆଇସୋଲେସନ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ ଲାଇନ ଅନୁଯାୟ୍ରୀ, ପ୍ରତିଟି ଗାଁରେ ସ୍ୱାସ୍ଥ୍ୟ ସ୍ୱଛତା ଓ ପୋଷଣ କମିଟି ସାହାଯ୍ୟରେ ଆଶାକର୍ମୀଙ୍କ ଦ୍ୱାରା ନିୟମିତ ସମୟରେ ଇନଫ୍ଲୁଏଞ୍ଜା ପରି ରୋଗ, ଗମ୍ଭୀର ଶ୍ୱସନ ସଂକ୍ରମଣ ପରି ରୋଗ ଉପରେ ନଜର ରଖାଯିବ । ଲକ୍ଷଣ ଥିଲେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଟେଲିକନସଲଟିଂରେ ପରାମର୍ଶ ନେବେ । ଜଟିଳ ରୋଗ କିମ୍ବା ଅକ୍ସିଜେନ କମ ଥିଲେ ହସ୍ପିଟାଲ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓପିଡି ନିର୍ଦ୍ଦିଷ୍ଟ ସମୟରେ ଖୋଲିବାକୁ, ଏଏନଏମଙ୍କୁ ରାପିଡ ଆଣ୍ଟିଜେନ ଟେଷ୍ଟ ପାଇଁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ହୋଇଛି । କୋଭିଡ ପରିଚାଳନା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଏବଂ ଗୁରୁତର ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!