Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡୋର ଟୁ ଡୋର ସର୍ଭେକୁ ଗୁରୁତ୍ୱ, ଆଶା, ଅଙ୍ଗନୱାଡୀ, ସ୍ୱାସ୍ଥ୍ୟକର୍ମୀ କରିବେ ସର୍ଭେ, ଗ୍ରାମାଞ୍ଚଳକୁ ଫୋକସ

by ସଞ୍ଜୟ ସ୍ୱାଇଁ
May 18, 2021
in Health, State
ଡୋର ଟୁ ଡୋର ସର୍ଭେକୁ ଗୁରୁତ୍ୱ, ଆଶା, ଅଙ୍ଗନୱାଡୀ, ସ୍ୱାସ୍ଥ୍ୟକର୍ମୀ କରିବେ ସର୍ଭେ, ଗ୍ରାମାଞ୍ଚଳକୁ ଫୋକସ
137
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପନ୍ଥା ଅବଲମ୍ବନ କରିଛନ୍ତି । ରାଜ୍ୟରେ ଡୋର ଟୁ ଡୋର ସର୍ଭେକୁ ଫୋକସ କରାଯାଇଛି । ଏଣିକି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡୋର ଟୁ ଡୋର ସର୍ଭେ କରାଯିବ । ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଡୋର ଟୁ ଡୋର ସର୍ଭେ ଆରମ୍ଭ କଲେଣି । ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବର୍ତ୍ତମାନ ଗ୍ରାମାଞ୍ଚଳକୁ ଫୋକସ କରାଯାଉଛି ତାହା ନୁହେଁ ଗତ ବର୍ଷଠୁ ଗ୍ରାମାଞ୍ଚଳକୁ ଫୋକସ କରାଯାଉଛି । ତିନି ମାସ ପାଇଁ ଆଇଏଲଆଇ ସର୍ଭେ ସହ ଡେଙ୍ଗୁ, ମ୍ୟାଲେରିଆ ଓ ଡାଏରିଆର ଇଣ୍ଟିଗ୍ରେଟେଡ ସର୍ଭେ ହୋଇଥିଲା । ସରକାରଙ୍କ ନିର୍ଦେଶ କ୍ରମେ ଡୋର ଟୁ ଡୋର ସର୍ଭେକୁ ଫୋକସ କରାଯିବ । ଯେଉଁମାନଙ୍କର ଲକ୍ଷଣ ଥିଲା ସେମାନେ ଟେଷ୍ଟ ପାଇଁ ଆସୁଥିଲେ । ଏଣିକି ନିୟମିତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଡୋର ଟୁ ଡୋର ସର୍ଭେ କରିବେ । ଲକ୍ଷଣ ଆସିଲେ ଟେଷ୍ଟ କରାଯିବ । ବର୍ତ୍ତମାନ ୫୬ ହଜାର ଟେଷ୍ଟିଂ ହେଉଛି ଆଗକୁ ବଢ଼ିବ । ସମ୍ବଲପୁର, ଭୀମସାର, ଏସଡିବି ଓ ଭୁବନେଶ୍ୱରରେ ସଂକ୍ରମଣକୁ ଦେଖି ଆଇସିୟୁ ଓ ବେଡ ବ୍ୟବସ୍ଥା କରାଯାଉଛି । ଷ୍ଟଡି କହୁଛି ପ୍ଳାଜମା ଏତେଟା ଫଳପ୍ରଦ ହେଉନି । ଏବେବି ପ୍ଳାଜମା ଥେରୋପି ଚାଲିଛି । ହେଲେ ଯେଉଁଟା ଫଳପ୍ରଦ ହେଉନି ତାହା ଉପରେ ଫୋକସ ନକରି ଯେଉଁଟା ଫଳପ୍ରଦ ହେଉଛି ସେଠି ଫୋକସ କରାଯିବ ଆବଶ୍ୟକ । ସୁନ୍ଦରଗଡ଼ରେ ସଂକ୍ରମଣ ଅଧିକ ଥିଲା ଏବେ କମୁଛି । କଟକ ଓ ଖୋର୍ଦ୍ଧା ମାଇଗ୍ରେଟେଡ ସ୍ଥାନ ହୋଇଥିବାରୁ ଅଧିକ ଥିଲା ରହିବ । ରାଜ୍ୟରେ ସଂକ୍ରମଣ ଟ୍ରେଣ୍ଡ ଖସୁଛି ବୋଲି ଚୁପ ରହିବା ନାହିଁ । ଯେଉଁ ବୟସ ଗୃପକୁ ଟିକାକରଣ ହୋଇନି କିପରି କରିହେବ ତାହା ଉପରେ ଫୋକସ ରହିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!