Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଧାରଣ ହସ୍ପିଟାଲରେ ଅସାଧାରଣ ଶୂନ୍ୟତା, ଭିତିଭୂମି ଥାଇବି ସ୍ୱାସ୍ଥ୍ୟସେବା ମିଳୁନାହିଁ

by ସଞ୍ଜୟ ସ୍ୱାଇଁ
April 30, 2025
in State
ସାଧାରଣ ହସ୍ପିଟାଲରେ ଅସାଧାରଣ ଶୂନ୍ୟତା,  ଭିତିଭୂମି ଥାଇବି  ସ୍ୱାସ୍ଥ୍ୟସେବା ମିଳୁନାହିଁ
49
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ରଣପୁର ରାଜମାତା ତଥା ତତ କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ଚାନ୍ଦପୁର ଠାରେ ଯକ୍ଷ୍ମା ଚିକିତ୍ସା ନିମିତ୍ତ ଏସିଆ ମହାଦେଶର ଦ୍ଵିତୀୟ ବୃହତମ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ସ୍ଥାପିତ ହୋଇ ଯକ୍ଷ୍ମା ଚିକିତ୍ସା କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିଲା. ଚିକିତ୍ସା ବିଜ୍ଞାନ ରେ ଅଭୁତପୂର୍ବ ପରିବର୍ତନ ଘଟିବାରୁ ଯକ୍ଷ୍ମା ରୋଗର ଔଷଧ ପତ୍ର ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଉପଲବ୍ଧ ହେବାରୁ ପ୍ରାୟ ୧୧୭ଏକର ପରିମିତ ଜାଗାରେ ଏହି ସ୍ୱାସ୍ଥ୍ୟ ନିବାସ ଥିବାରୁ ଏହାକୁ ଅତ୍ୟାଧୁନିକ ହସ୍ପିଟାଲରେ ପରିଣତ କରବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଦାବିହେବା ଫଳରେ ରାଜ୍ୟ ସରକାର ଏହାକୁ ୨୦୧୪ମସିହାରେ ସାଧାରଣ ହସ୍ପିଟାଲରେ ପରିଣତ କରି ପର୍ଯ୍ୟାପ୍ତ ଅର୍ଥ ବ୍ୟୟରେ ଅତ୍ୟାଧୁନିକ କୋଠାବାଡି, ଆବଶ୍ୟକ ପରୀକ୍ଷାଗାର,କର୍ମଚାରୀଙ୍କ କ୍ଵାଟର ଇତ୍ୟାଦି ଯୁଦ୍ଧକାଳୀନ ଭିତିରେ ନିର୍ମାଣ କଲେ।ଅଥଚ ଆବଶ୍ୟକତା ଅନୁସାରେ ବିଶେଷଜ୍ଞ ଡାକ୍ତର, ଯନ୍ତ୍ର ବିଶେଷଜ୍ଞ କର୍ମଚାରୀଙ୍କୁ ନିଯୁକ୍ତି ଦିଆଗଲାନାହିଁ।ବିଭିର୍ଣ୍ଣ ବିଭାଗର ଅତ୍ୟାଧୁନିକ ଯନ୍ତ୍ରପାତି କିଣା ଯାଇଥିଲେ ମଧ୍ୟ ତାହା ବ୍ୟବହୃତ ନହୋଇ ଖତ ହେବାକୁ ବସିଲାଣି ଏଠାରେ ଅବସ୍ଥାପିତ ସୁପରିଟେଣ୍ଡେଣ୍ଟ ଡ଼ଃ ତ୍ରିଲୋଚନ ବାରିକ ମାସକୁ ଦିନେଦୁଇଦିନ ଆସିବା ଯୋଗୁ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି।୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ କଟକ ବ୍ରହ୍ମପୁର ଥିବା ଦୂରତାର ମଧ୍ୟ ସ୍ଥଳରେ ଓ ପୂର୍ବତଟ ରେଳପଥର କାଳୁପଡାଘାଟ ଷ୍ଟେସନ ଠାରୁ ମାତ୍ର ୫କିଲୋମିଟର ଦୂରରେ ଏହି ହସ୍ପିଟାଲ ଏକ ସୁବିଧାଜନକ କେନ୍ଦ୍ର ସ୍ଥଳରେ ରହିଛି।

ପୂର୍ବ ସରକାର ଏହାକୁ ସାଧାରଣ ହସ୍ପିଟାଲରେ ପରିଣତ କରି ଏଠାରେ ଟ୍ରମା କେୟାର କେନ୍ଦ୍ର ସ୍ଥାପନ ହେଵା ଘୋଷଣା କରି ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ କାର୍ଯ୍ୟକାରୀ କରିପାରିଲେ ନାହିଁ।ସୂଚନା ଯୋଗ୍ୟ, ଏଠାରେ ଆବଶ୍ୟକ ଭିତ୍ତିଭୂମି ଥିବାରୁ ରାଜ୍ୟ ସରକାର ଘରୋଇ ସହ ଭାଗିତାରେ ମେଡିକାଲ କଲେଜ କରିବାକୁ ୨୦୧୬ମସିହାରେ ଆନୁସଙ୍ଗିକ ବ୍ୟବସ୍ଥା ପ୍ରାୟତଃ ଶେଷ କରିଦେଇଥିଲେ. ଏହି ଖବର ପାଇବା ପରେ ଅଞ୍ଚଳ ବାସୀ ଏହାକୁ ବିରୋଧ କରି ସରକାରଙ୍କ ଦ୍ୱାରା ମେଡିକାଲ କଲେଜ ହେଵା ଦାବୀ କରି ଏହାକୁ କରେଇଦେଇନଥିଲେ. ପ୍ରତ୍ୟେକ ରାଜସ୍ବ ଜ଼ିଲା ରେ ଏକ ମେଡିକାଲ କଲେଜ ସ୍ଥାପନ ନିମିତ୍ତ ସରକାର ଙ୍କ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିବା ପରିପ୍ରେକ୍ଷିରେ ଏଠାରେ ସମସ୍ତ ଭିତ୍ତିଭୂମି ଓ ସୁବିଧା ରହିଥିବା ହେତୁ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରିବା ପାଇଁ ପୁରୀ, ନୟାଗଡ଼, ଖୋରଧା ଓ ଗଞ୍ଜାମ ଜ଼ିଲା ର ବହୁ ଅଞ୍ଚଳ ରୁ ଦାବିହୋଇଆସୁଛି. ଚାନ୍ଦପୁର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏଥିପାଇଁ ଏହି ସବୁ ଅଞ୍ଚଳ ବାସୀଙ୍କର ଦସ୍ତଖତ ସମ୍ବଳିତ ଦାବିପତ୍ର ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯାଇଛି । ବୁଧବାର ଅପରାହ୍ନରେ ବାଚସ୍ପତି ସୁରମା ପାଢ଼ୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ପ୍ରମୁଖ ଏହି ଚିକିତ୍ସାଳୟ ପରିଦର୍ଶନ ରେ ଆସିଥିଲେ।

ଏହି ଅବସର ରେ ନାଗରିକ ମଞ୍ଚ ସଭାପତି ଧନେଶ୍ୱର ଅଗ୍ରୱାଲାଙ୍କ ନେତୃତ୍ୱରେ ଅଂଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ, ରାଜନୈତିକ ନେତା ମିଳିତ ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରଣପୁର ବିଧାୟିକା ତଥା ବାଚସ୍ପତିଙ୍କୁ ସାକ୍ଷାତ କରି ଏହି ଚିକିତ୍ସାଳୟକୁ ସ୍ୱୟଂ ସମ୍ପୂର୍ଣ୍ଣ କରିବା ସହିତ ଏହାକୁ ମେଡିକାଲ କଲେଜ ରେ ପରିଣତ କରିବା ପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନା କରିଥିଲେ। ବିପିନ ବିହାରୀ ନାୟକ, ମନୋଜ ଦାସ, ନାଥୁମଲ ମହାରାଜ, ନାରାୟଣ ମହାପାତ୍ର, ବିକ୍ରମ ସାହୁ,ସୁବର୍ଣ୍ଣ ସିଂ, ପଦ୍ମନାଭ ବିଶ୍ୱାଳ, ବିଜୟ କୁମାର ମହାପାତ୍ର, ସନ୍ତୋଷ ନାୟକପ୍ରମୁଖ ଉପସ୍ଥିତ ରହି ଚିକିତ୍ସାଳୟର ଅସୁବିଧା ଓ ଏହାର ଉର୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!