Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅରୁଣଙ୍କ ବଡ଼ ବୟାନ, ଡବଲ ଇଞ୍ଜିନ୍ ସରକାରରେ ଡବଲ କଟନୀ ଛଟନୀ

by ସଞ୍ଜୟ ସ୍ୱାଇଁ
January 27, 2025
in Nayagarh, State
ଆଦିବାସୀଙ୍କୁ ହକ ମିଳୁ, ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ ଅଭ୍ୟାସ : ଅରୁଣ
339
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମଣ୍ଡିରେ କଟନୀ ଛଟନୀ ନେଇ ମନ୍ତ୍ରୀଙ୍କ ବୟାନ ପରେ ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ନୟାଗଡ଼ ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ । କଟାକ୍ଷ କରି କହିଛନ୍ତି, ମନ୍ତ୍ରୀ ଏମିତି ସତ କହିବା ଉଚିତ୍ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଡବଲ ଅଞ୍ଜିନ୍ ସରକାରରେ ଡବଲ କଟନୀ ଛଟନୀ ହେଉଛି । ଚାଷୀଙ୍କୁ ଶୋଷଣ କରି, ମଲରଙ୍କ ସହ ଡିଲ୍ କରୁଛନ୍ତି । ବିଭାଗରେ କଣ ଚାଲୁଛି ମନ୍ତ୍ରୀ ଜାଣିପାରୁ ନାହାନ୍ତି । କୌଣସି ସମସ୍ୟା ନେଇ ମନ୍ତ୍ରୀଙ୍କ ପାଖକୁ ଗଲେ ମନ୍ତ୍ରୀ କହୁଛନ୍ତି ଆମେ ବିଭାଗ ସହ ଆଲୋଚନା କରି କହୁଛି । ସେମାନେ ଜାଣିନାହାନ୍ତି, ମନ୍ତ୍ରୀ ସେହି ବିଭାଗର ହେଡ୍ ବୋଲି । ଯାହା ପଚାରିଲେ ସଚିବଙ୍କଠୁ ବୁଝି କହୁଛନ୍ତି । ଏ ସରକାର କ୍ଷମତାକୁ ଆସିବା ପୂର୍ବରୁ କହିଥିଲେ କଟନୀ ଛଟନୀ କରିବେନି । ଏବେ କେମିତି କଟନୀ ଛଟନୀ ହେଉଛି । ଏହା ଡବଲ ଇଞ୍ଜିନ୍ ସରକାର ନୁହେଁ, ଡବଲ କଟନୀ ଛଟନୀ ସରକାର । ପାଠ ଜଣାନାହିଁ କି ସାଠ ଜଣା ନାହିଁ, କେଉଁଠୁ ଆସି ଗାଦିରେ ବସିପଡିଛନ୍ତି । ସବୁ କିଛି ବାବୁଙ୍କ ହାତରେ ଛାଡି ଦେଇ କେମିତି ଲୁଟିବେ ତାର ବାଟ ଖୋଜୁଛନ୍ତି । ବାବୁଙ୍କ ଆଗରେ ହାତ ଟେକି ଦେଇଛନ୍ତି, ମିଲରଙ୍କ ଆଗରେ ବି ହାତ ଟେକିଦେଇଛନ୍ତି । ତୁରନ୍ତ କଟନୀ ଛଟନୀ ବନ୍ଦ ହେଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । କଟନୀ ଛଟନୀ ନେଇ ମନ୍ତ୍ରୀ କହିଥିଲେ, ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ । ଅନେକ ଜିଲ୍ଲାରେ କଟନୀ ଛଟନୀ ହୋଇନି କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି । ଜିଦି ଧରୁଛନ୍ତି ୬ ରୁ ୭ କିଲୋ କାଟିବା ପାଇଁ । ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ । ମୋତେ ଆଶ୍ଚର୍ଯ୍ୟ ଲାଗିଲା ଶୁଣିକି । ମୋତେ ଜଣେ ଆଇଏସ ଅଫିସର କହିଲେ କୃଷକ ମିଲରଙ୍କ ମଧ୍ୟରେ ଛାଡ଼ି ଦିଅନ୍ତୁ ଆପଣ ମୁଣ୍ଡ ପୁରାନ୍ତୁନି । ସେମାନେ ଆପେ ନେଇଯିବେ । ମୁଁ ଅଫିସରଙ୍କୁ କହିଲି ତେବେ ଆମ ପଲିସିର ଲାଭ କଣ । ଆଶ୍ଚର୍ଯ୍ୟ, ଏଭଳିଆ ମାନସିକତା ରହିଛି ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗୁଛି । ଯେତେବଡ଼ ଅଫିସର ହେଉ କଟନୀ ଛଟନୀରେ ସହଯୋଗ କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ମିଲରମାନେ ଏମିତି କରିବେ ତାଙ୍କ ମିଲ ବ୍ଲାକ ଲିଷ୍ଟେଡ଼ ହେବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!