ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଠାରୁ ଆରମ୍ଭ ହୋଇଛି ବିଧାନ ସଭା ଅଧିବେଶନ । ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରଥମ ଦିନରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଓଡ଼ିଶାର ‘ଅସ୍ମିତା’ କୁ ନେଇ ଉଭୟ ଦଳ ହୋହାଲ୍ଲା କରିବା ସହ ଗୃହ ତ୍ୟାଗ କରିଥିଲେ । ଏହି ଅବସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓଡ଼ିଶାର ଅସ୍ମିତା ଉପରେ ଯୋରଦାର ଲଢ଼େଇ ହେବ ବୋଲି ପ୍ରକାଶ କରିଛନ୍ତି । ବିଧାନ ସଭାରେ ବିରୋଧୀ ଦଳର ସୁଯୋଗ ମିଳିଛି । ବିଧାନ ସଭା ବାହାରେ ଓ ଭିତରେ ଓଡ଼ିଶା ବାସୀଙ୍କ ପାଇଁ ଗୋଟେ ବଡ଼ ଲଢ଼େଇ କରିବା ପାଇଁ ସୁଯୋଗ ମିଳିଛି । ଲଢ଼େଇ କରିବା ସମସ୍ତଙ୍କ ଭାଗ୍ୟରେ ନଥାଏ । ଏ ଲଢ଼େଇ ହେବ ଓଡ଼ିଶାର ଅସ୍ମିତା ପାଇଁ । କଥାରେ କହିବା ଓ କାମରେ କରିବା କମ ଦେଖିବାକୁ ମିଳୁଛି । ଜଣେ ଓଡିଶା କର୍ମଚାରୀ ମାଡ଼ ଖାଇଲେ ସରକାର ତାଙ୍କ ଓଡିଆ ‘ଅସ୍ମିତା’ କେଉଁଠି ରଖିବେ ବୋଲି ଅରୁଣ କହିଛନ୍ତି । ଓଡିଆ ‘ଅସ୍ମିତା’କୁ ସରକାର ସୁରକ୍ଷା ଦେଇ ପାରିଲେନି । ଓଡିଆ ଭାବରେ ଜନ୍ମ ନେଇଛୁ ଓଡିଶା ମାଟି ଆମର ମା’ । ଏହାର ସେବା କରିବା ଆବଶ୍ୟକ ।






