Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅରୁଣ ଥିଲେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପ୍ରଗତୀ ସାରଥୀ

by ସଞ୍ଜୟ ସ୍ୱାଇଁ
September 12, 2023
in Nayagarh, Politics, State
ଅରୁଣ ଥିଲେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପ୍ରଗତୀ ସାରଥୀ
171
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନମାଳିପୁର ପଞ୍ଚୁଦୋଳ ପଡ଼ିଆଠାରେ ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ବିଧାୟକ ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀପ୍ରସାଦ ମିଶ୍ର, ନୟାଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା ଦିବଂଗତ ନେତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଦାଞ୍ଜଳି ଜଣାଇଥିଲେ । ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ପରିଷଦର ସମ୍ପାଦକ ବିନାୟକ ମିଶ୍ର ବିବରଣୀ ପାଠ କରିଥିବା ବେଳେ ସଭାପତି ବସନ୍ତ କୁମାର ନାୟକ କାର୍ଯ୍ୟକ୍ରମରେ ପୈାରୋହିତ୍ୟ କରିଥିଲେ । ଅରୁଣ ଥିଲେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ପ୍ରଗତିର ସାରଥୀ । ସେ ବିଧାୟକ ଥିବା ସମୟରେ ଅନେକ ଲୋକ ହିତକର କାର୍ଯ୍ୟ କରି ଯାଇଥିଲେ ଯାହାକି ତାଙ୍କୁ ସବୁଦିନ ପାଇଁ ଚିର ସ୍ମରଣୀୟ କରି ରଖିବ ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ପଦ୍ମନାଭ ବେହେରା କହିଥିଲେ । ସେ ବିଜୁ ପଟ୍ଟନାୟକଙ୍କୁ ଅନୁଗତ ଭାବେ କାର୍ଯ୍ୟ କରିବା ସହ ସ୍ଥାନୀୟ ସମସ୍ୟା, ବିକାଶକୁ ଗୁରୁତ୍ୱ ଦେଇ ଆସୁଥିଲେ ବୋଲି ସେ କହିଥିଲେ । ତାଙ୍କର ଚିନ୍ତାଧାରା ନିର୍ଭିକତା ରହିଥିଲା । ଯେଉଁଥିପାଇଁ ୨୭ ବର୍ଷ ପରେ ବି ଆଜି ସ୍ମରଣୀୟ ହୋଇ ରହିଛନ୍ତି ବୋଲି କହିଥିଲେ । ୨୭ ବର୍ଷ ପରେ ଅରୁଣଙ୍କ ପାଇଁ ଆଜି ସଭାରେ ଲୋକଙ୍କ ଉପସ୍ଥିତି ତାଙ୍କ ପ୍ରତି ଲୋକଙ୍କ ଭଲପାଇବାକୁ ପ୍ରମାଣିତ କରୁଛି ବୋଲି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ ।

ସେ ଖଣ୍ଡପଡ଼ାର ବିକାଶକୁ ପ୍ରାଧ୍ୟାନ୍ୟ ଓ ଗୁରୁତ୍ୱ ଦେଉଥିଲେ । ଅରୁଣଙ୍କ ଭଳି ତାଙ୍କୁ ପୁଅ ଅନୁଭବ ମଧ୍ୟ ବିକାଶକୁ ଗୁରୁତ୍ୱ ଦେଇ ବିଧାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଅନୁଭବ ଜଣେ ଭଦ୍ର, ଶିକ୍ଷିତ ଓ ଅମାୟିକ ବ୍ୟକ୍ତି ବୋଲି ଶ୍ରୀଯୁକ୍ତ ମଙ୍ଗରାଜ କହିଥିଲେ । ଗର୍ବ ଓ ଅଂହକାର ଛାଡ଼ି ରାଜନୀତି କରିବା ଠିକ୍ ବୋଲି ସାଂସଦ କହିଥିଲେ । ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ସଫଳତା ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ପୁଷ୍ପଗୁଛ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ରୋଗୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁନାମଧନ୍ୟ ଡାକ୍ତର ପ୍ରଦୀପ କୁମାର ପାଇକରାୟ, ବରିଷ୍ଠ ଆଇନ ଗିରିଜା ଶଙ୍କର ତରାସିଆ, ବିଶିଷ୍ଟ ବୈଜ୍ଞାନିକ ଆଶିଷ ପଟ୍ଟନାୟକ, ସମାଜସେବୀ ମହେନ୍ଦ୍ର କୁମାର ବାରିକ, ଶିକ୍ଷାବିତ୍ ଜଗଦୀଶ ମହାପାତ୍ର, ରବିନ୍ଦ୍ର କୁମାର ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ, କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋନୁବାସ ପଟ୍ଟନାୟକ, ଖଣ୍ଡପଡ଼ା ଓଡିଆ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଅନ୍ୱେଷା ସାହୁ, ସର୍ବ ଭାରତୀୟ ସ୍ତରରେ ଆୟୋଜିତ ନିଟ ପରୀକ୍ଷାରେ କୃତକାର୍ଯ୍ୟ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ର ଆଶୁତୋଷ ସିଂହ ସାମନ୍ତଙ୍କ ସମେତ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହାବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରଷ୍କାର ବିତରଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!