Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୃହରେ ଡ୍ରାମା କରୁଛନ୍ତି କଂଗ୍ରେସ ଓ ବିଜେପି : ଅରୁଣ

by ସଞ୍ଜୟ ସ୍ୱାଇଁ
November 24, 2023
in Politics, State
ଗୃହରେ ଡ୍ରାମା କରୁଛନ୍ତି କଂଗ୍ରେସ ଓ ବିଜେପି : ଅରୁଣ
111
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): କ୍ୟାବିନେଟ ନିଷ୍ପତ୍ତି ପରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଗୃହରେ ବିରୋଧୀ ଡ୍ରାମା କରୁଛନ୍ତି। ବିଜେପି ଓ କଂଗ୍ରେସ ଏପରି ଡ୍ରାମା କରି ଦେଶରୁ ସଫା ହୋଇଯିବେ। ଆଦିବାସୀଙ୍କ ପାଇଁ କିଛି ନକରି କଂଗ୍ରେସ ଦେଶରେ ସଫା ହୋଇଛି । ବିଜେପି ମଧ୍ୟ ଏଥର ସଫା ହୋଇଯିବ ବୋଲି ଅରୁଣ ସାହୁ କହିଛନ୍ତି। ବିଭିନ୍ନ ଫୋରମରେ ଆଲୋଚନା ହେଉଛି ଅନ୍ୟ ଜାତିମାନେ ସୁବିଧା ପାଉଛନ୍ତି, ଜନଜାତି ମାନେ ସବୁ ସୁବିଧା ପାଇବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ଆଦିବାସୀ ମାନେ ଯେମିତି କୌଣସି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସିଛନ୍ତି । ବିଜେପି ସଦସ୍ୟ ମାନେ ନିଜର ମତାମତ ଦେବା ପାଇଁ କ୍ୟାବିନେଟ୍ ବ୍ୟବସ୍ଥା କରିଛି । ତେଣୁ ଗୃହରେ ବିଜେପି ଗପ ନ କହି କ୍ୟାବିନେଟକୁ ଧନ୍ୟବାଦ ଦିଅନ୍ତୁ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ଯେତେ ସବୁ ଭାଷା ଅଛି ତାକୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କାହିଁକି ବିଜେପି ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଉ ନାହିଁ । ତେଣୁ ଏଠି ବିଧାନସଭାରେ ଡ୍ରାମା ନକରି ଦିଲ୍ଲୀ ଯାଇ ଏହି ପ୍ରସଙ୍ଗ ଉଠାନ୍ତୁ । ଆଦିବାସୀଙ୍କୁ ହକ ମିଳୁ । ବିଜେପିକୁ ବିଜେଡିର ପ୍ରଶ୍ନ । କାହିଁକି କେବିକେ ଯୋଜନା କାଟିଲ । ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଅର୍ଥ ଦେଉନାହ। ୧୯୭୦ ମସିହାରୁ ୧୬୯ଟି ଜାତି ଅଛନ୍ତି। ତାହାକୁ ଜନଜାତିର ମାନ୍ୟତା କାହିଁକି ମିଳୁନି । ବାରମ୍ବାର ରାଜ୍ୟ ଦାବି କରୁଛନ୍ତି । ବିଜେପି କେନ୍ଦ୍ରମନ୍ତ୍ରୀ ଓ ୯ ଜଣ ସାଂସଦ କାହିଁକି ୯ବର୍ଷ ଧରି ସଂସଦରେ ପଦେଟିଏ ବି କହିନାହାନ୍ତି ବୋଲି ବିଜେଡ଼ି ବିଜେପି ବିଧାୟକଙ୍କୁ ପ୍ରଶ୍ନ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!