Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିରୋଧୀ ପାଇଁ ଯୋଗ୍ୟ କି ନାହିଁ ତାହା ଓଡ଼ିଶାବାସୀ ଜାଣିଛନ୍ତି : ଅରୁଣ

by ସଞ୍ଜୟ ସ୍ୱାଇଁ
February 8, 2024
in Politics, State
ଆଦିବାସୀଙ୍କୁ ହକ ମିଳୁ, ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ ଅଭ୍ୟାସ : ଅରୁଣ
339
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ବିରୋଧୀଙ୍କୁ କଟାକ୍ଷ କଲେ ବିଜେଡି ବିଧାୟକ ଅରୁଣ ସାହୁ । ଗଣତନ୍ତ୍ର ପ୍ରକ୍ରିୟାକୁ ସୁଦୃଢ କରିବା ସ୍ଵାଗତଯୋଗ୍ୟ । କିନ୍ତୁ ବିକାଶକୁ ନେଇ ପ୍ରଶ୍ନ ଉଠାଇବା ହେଉଛି ବିରୋଧୀଙ୍କ ଖୋଇ । ବିଭିନ୍ନ ତରିକା ବିଭିନ୍ନ ଉପାୟରେ ବିରୋଧ କରିବେ । ବିରୋଧୀ ଦଳ ଭୂମିକା ନିଭାଇବା ପାଇଁ ବ୍ୟସ୍ତ ହେଲେଣି କିନ୍ତୁ ଯୋଗ୍ୟ ଅଛି କି ନାହିଁ ତା ସ୍ପଷ୍ଟ ନାହିଁ । ମୋର ପରମ ବନ୍ଧୁ ମୋ ନାଁରେ ତାଙ୍କ ଅନୁଗତଙ୍କୁ ଲଗାଇ ଅପପ୍ରଚାର କଲେ ଠିକ୍ ଅଛି ତାର ମଧ୍ୟ ପରିଣାମ ପାଇଲେ । ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧ କରିଚାଲିଛନ୍ତି । ବ୍ରିଭାନ୍ତିକର କଥା କହି ଗୋଟେ ସରକାରକୁ ବଦନାମ କରିବାକୁ ଚାହିଁଲେ ଫଳ କ’ଣ ଆସିଲା ସମସ୍ତେ ଜାଣନ୍ତି । ବିରୋଧୀ ପାଇଁ ଯୋଗ୍ୟ କି ନାହିଁ ତାହା ଓଡ଼ିଶାବାସୀ ଜାଣିଛନ୍ତି । ଆଗକୁ ତାଙ୍କୁ ଓଡ଼ିଶାବାସୀ ଆଉ ବିରୋଧୀ ଭୂମିକା ଦେବେ କି ନାହିଁ ଜଣାନାହିଁ । ସୁପ୍ରିମକୋର୍ଟ ମଧ୍ୟ ଗଲେ କ’ଣ ଫଳ ଭୋଗିଲେ । ସେମାନେ ହେଉଛନ୍ତି ଓଡ଼ିଶାର ବିରୋଧୀ, ଓଡ଼ିଶାର ବିକାଶର ବିରୋଧୀ ଓ ଓଡ଼ିଶାର ଉନ୍ନତିର ବିରୋଧୀ । ଗାଁ ଲୋକଙ୍କ ବିକାଶ ହେଲେ ଆପଣଙ୍କୁ କାହିଁକି କଷ୍ଟ ହେଉଛି । କାହିଁକି ଆପଣମାନେ ଛଟପଟ ହେଉଛନ୍ତି । ପେନ୍ ହେଉଛି ହେବ ବି । ଖୋଇ ଖିଅ ଯାହା ବାହାର କରୁଛନ୍ତି ଆପଣଙ୍କୁ ମୁଁ ଅନୁରୋଧ କରୁଛି ଶେଷ ଅଧିବେଶନରେ ଟିକେ ପଶ୍ଚ୍ୟତାପ ଓ ଅନୁତାପ କର ଓଡ଼ିଶାବାସୀ ଆପଣମାନଙ୍କୁ କ୍ଷମା କରିବେ । ନଚେତ୍ ଆଉ କିଛି ମାସ ପରେ ଓଡ଼ିଶାବାସୀ କ୍ଷମା ଦେବେନି । ବିକାଶକୁ ବିରୋଧ କରି ଭାରତ ବର୍ଷରେ କେହି ଜିତି ନାହାନ୍ତି କି ଆପଣମାନେ ଜିତି ପାରିବେନି ବୋଲି ଅରୁଣ ସାହୁ କହିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!