ବାଲେଶ୍ୱର, (ବାଘୁଆବାର୍ତ୍ତା): ପାଞ୍ଚ ପାଞ୍ଚ ଥରର ବିଧାୟକ ହୋଇଥିବା ଅରୁଣ ଦେଙ୍କ ପରଲୋକ ହୋଇଯାଇଛି । ୭୫ ବର୍ଷ ବୟସରଙ୍କ ଆରପାରକୁ ଚାଲିଗଲେ ପୂର୍ବତନ ବିଧାୟକ ଅରୁଣ ଦେ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଥିଲା । ଏନସିପି ରୁ ୩ଥର ବିଧାୟକ ହୋଇଥିବା ବେଳେ ଓଜିପି ଓ ସ୍ୱାଧିନରୁ ଥରେ ଲେଖାଏଁ ବିଧାୟକ ହୋଇଥିଲେ ଅରୁଣ ଦେ । ତାଙ୍କର ପରଲୋକ ଖବର ଶୁଣିବାପରେ ବାଲେଶ୍ୱର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।






