କଟକ,(ବାଘୁଆବାର୍ତ୍ତା): ଆର୍ଟ ସାରଙ୍କ କଳା କାରନାମା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ପରେ ବିବାହ କରି ପରିଶେଷରେ ଜେଲ ହାଜତ ତାଙ୍କ ପାଇଁ ନୂଆ ଠିକଣା ପାଲଟିଛି । ଏଭଳି ଘଟଣା ସାଲେପୁର ଅଞ୍ଚଳରେ ଦେଖାଦେଇଛି । ସୂଚନାନୁସାରେ, କଟକ ସାଲେପୁର ଅଞ୍ଚଳର ଜଣେ ଆର୍ଟ ଶିକ୍ଷକ, ନିଜର ଆର୍ଟ କ୍ଷେତ୍ରରେ ମହିଳାମାନଙ୍କୁ ଆକୃଷ୍ଠ କରି ୨୦୦୧ ମସିହାରେ ରାଉସାପାଟଣାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ, ପରେ ୨୦୦୮ ମସିହାରେ ଆଉ ଜଣେ ଯୁବତୀକୁ ବିବାହ କରିଥିଲେ । ବିନା ଛାଡ଼ପତ୍ରରେ ଗୋଟିଏ ପରେ ଗୋଟିଏ ବିବାହ କରିଥିବା ବେଳେ ଲକଡାଉନ୍ ସମୟରେ ପୁଣି ୨ ଜଣ ଯବତୀଙ୍କୁ ବିବାହ କରିବା ଖବର ଯେତେ ବେଳେ ପ୍ରଥମ ସ୍ତ୍ରୀ ଓ ୩ୟ ସ୍ତ୍ରୀ ଜାଣିବାକୁ ପାଇଲେ, ସେହି ସମୟରେ ଉଭୟ ମିଶି କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ୪ର୍ଥ ସ୍ତ୍ରୀ ପାଖରେ ଆର୍ଟ ଶିକ୍ଷକଙ୍କୁ ମହିଳା ଥାନା ପୁଲିସ ଗିରଫ୍ କରିଛି ।





