ମୁମ୍ବାଇ(ବାଘୁଆବାର୍ତ୍ତା): ଛୋଟ ପରଦାରେ ସ୍ୱୟଂବର ରଚିବେ ଆଉ ଜଣେ ଅଭିନେତ୍ରୀ। ସେ ହେଉଛନ୍ତି ‘ବିଗ୍ ବସ୍’ ଫେମ୍ ଅଭିନେତ୍ରୀ ଆର୍ଶୀ ଖାନ୍। ଖୁବ୍ଶୀଘ୍ର ଘର ସଂସାର କରିବାକୁ ନିଷ୍ପତ୍ତି ନେଇଥିବା ଆର୍ଶୀ ସ୍ୱୟଂବର ମାଧ୍ୟମରେ ଜୀବନ ସାଥୀ ବାଛିବେ ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋର ସ୍ୱୟଂବର ହେବ। ଏହା ଫାଇନାଲ ହୋଇସାରିଛି। କେଉଁ ଟେଲିଭିଜନ୍ ଚ୍ୟାନେଲ୍ରେ ଏହାର ପ୍ରସାରଣ ହେବ, ତାହା ସ୍ଥିର ହୋଇନାହିଁ। ବର୍ତ୍ତମାନ ଚାରିଆଡେ କରୋନା ମହାମାରୀ ଯୋଗୁ ଶୁଟିଂ ବନ୍ଦ କରାଯାଇଛି । ସ୍ଥିତି ସାମାନ୍ୟ ହେଲେ ତଥା କୌଣସି ଚ୍ୟାନେଲ ଠାରୁ ଅନୁମତି ମିଳିଲେ କାମ ଆରମ୍ଭ ହୋଇଯିବ। ଏହି ଶୋ’କୁ ରାହୁଲ ମହାଜନ ହୋଷ୍ଟ କରିବେ ବୋଲି ଶୁଣାଯାଉଛି। ଅନ୍ୟପକ୍ଷରେ ରାହୁଲ କହିଛନ୍ତି ଯେ ତାଙ୍କୁ ଏନେଇ କିଛି ଅଫର ଆସିନି। ଯଦି ଅଫର ଆସେ, ତା’ହେଲେ ସେ ନିଶ୍ଚିତ ଭାବେ ସେଥିରେ ଅଂଶ ଗ୍ରହଣ କରିବେ। ଆର୍ଶୀ ଓ ରାହୁଲ ‘ବିଗ୍ ବସ୍-୧୪’ରେ ସାମିଲ ହୋଇଥିଲେ।





