ନୟାଗଡ଼, (ବାଘୁଆବାର୍ତ୍ତା): ହରିଣ ଶିକାର କରି ମାଂସ ବିକ୍ରି କରୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଶିକାରୀ ଠାରୁ ହରିଣ ମାଂସ ଜବତ କରିବା ସହିତ ଶିକାରୀକୁ ଗିରଫ୍ କରାଯାଇଛି । ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର କନ୍ଧରା ସଂରକ୍ଷିତ ଜଙ୍ଗଲରେ ଜଣେ ଶିକାରୀ ହରିଣ ଶିକାର କରି ତା’ର ମାଂସ ବିକ୍ରି କରୁଥିବା କୌଣସି ସୁତ୍ରରୁ ହିନ୍ଦୋଳ ବନ କର୍ମଚାରୀ ଖବର ପାଇ ସାପୁଆ ନାଳ ଠାରେ ଚଢାଉ କରାଯାଇଛି । ଶିକାରୀ ଠାରୁ ୫କିଲୋ ହରିଣ ମାଂସ ଜବତ କରିବା ସହିତ କୁଳିଆ ତୋଟା ଗାଁର ଶିକାରୀ ବାଉରୀ ପ୍ରଧାନକୁ ଗିରଫ୍ କରିଛି । ବାଉରୀ ନାମରେ ବନ୍ୟପ୍ରାଣୀ ଆଇନ୍ ଅନୁସାରେ ମାମଲା ଋଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।





