Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇମ୍ରାନ ଖାନ ଗିରଫ

by ସଞ୍ଜୟ ସ୍ୱାଇଁ
May 9, 2023
in WORLD
ଇମ୍ରାନ ଖାନ ଗିରଫ
106
VIEWS
Share on FacebookShare on Twitter

ଇସ୍ଲାମାବାଦ, (ବାଘୁଆବାର୍ତ୍ତା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଛନ୍ତି। ପାକ୍ ରେଞ୍ଜର୍ସ ତାଙ୍କୁ କୋର୍ଟ ରୁମରୁ ଗିରଫ କରିଥିବା ଜଣାପଡିଛି। ନିକଟରେ ଇମ୍ରାନ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅଧିକାରୀ ମେଜର ଜେନେରାଲ ଫୈସଲ ନସିରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। କହିଥିଲେ ନସିର ତାଙ୍କୁ ହତ୍ୟା କରିବା ଲାଗି ଉଦ୍ୟମ କରୁଛନ୍ତି। ଇମ୍ରାନଙ୍କ ଏପରି ବୟାନ ଲାଗି ପାକିସ୍ତାନୀ ସେନା ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା। ପାକିସ୍ତାନ ଗଣମାଧ୍ୟମ ଅନୁସାରେ ଇମ୍ରାନଙ୍କୁ ଇସ୍ଲାମାବାଦ ହାଇକୋର୍ଟ ବାହାରେ ରେଞ୍ଜର୍ସ ଅଲ-କାଦିର ଟ୍ରଷ୍ଟ ମାମଲାରେ ଗିରଫ କରିଛନ୍ତି। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଗିରଫଦାରୀ ନେଇ ଏକ ଟ୍ୱିଟ୍ ପୋଷ୍ଟ କରିଛି। ଏଥିରେ ଇମ୍ରାନଙ୍କ ଜାମିନ ପାଇଁ ଯାଇଥିବା ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବା ଦେଖାଯାଇଛି। ଇମ୍ରାନ ତାଙ୍କ ବିରୋଧରେ ଆଗତ କେତେକ ମାମଲାରେ ଜାମିନ ନିବେଦନ ଲାଗି କୋର୍ଟକୁ ଯାଇଥିବା ବେଳେ ପାକ୍ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିଲା। ଇସ୍ଲାମାବାଦ ହାଇକୋର୍ଟରୁ ଇମ୍ରାନ ଖାନଙ୍କ ଗିରଫ ବେଳେ ତାଙ୍କ ସମର୍ଥକ ପାକ୍ ରେଞ୍ଜର୍ସଙ୍କ ସହ ଧସ୍ତାଧସ୍ତି କରିଥିଲେ। ଫଳରେ ସୈନିକ ଓ ପାର୍ଟି କର୍ମୀଙ୍କ ମଧ୍ୟରେ ଜୋରଦାର ମାରପିଟ ହୋଇଥିଲା। ଇମ୍ରାନଙ୍କ ବିରୋଧରେ ତୋଷଖାନା କେସ୍ ସମେତ ମୋଟ ୧୧୪ଟି ମୋକଦ୍ଦମା ରୁଜୁ ହୋଇଛି। ଏଥି ଲାଗି ତାଙ୍କୁ କେତେବେଳେ ବି ଗିରଫ କରାଯିବାର ଆଶଙ୍କା ଥିଲା। ଏଣୁ ଇମ୍ରାନ ତାଙ୍କ ମାମଲାରେ ଜାମିନ ନିମନ୍ତେ ହାଇକୋର୍ଟ ଯାଇଥିବେ ବେଳେ ପାକ୍ ରେଞ୍ଜର୍ସ ପହଞ୍ଚି ତାଙ୍କୁ ଗିରଫ କରିଛନ୍ତି। ତେବେ ରେଞ୍ଜର୍ସ ଗିରଫ କରି ଇମ୍ରାନଙ୍କୁ କେଉଁଠାକୁ ନେଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ପିଟିଆଇ ନେତା ଫବାଦ ଚୌଧୁରୀ ଗିରଫ କରିବା ପାଇଁ କୋର୍ଟ ପରିସରରେ ପାକିସ୍ତାନ ରେଞ୍ଜର୍ସ ଇମ୍ରାନଙ୍କୁ ଘେରିଯାଇଥିଲେ ବୋଲି କହିଛନ୍ତି। ରେଞ୍ଜର୍ସ ଇମ୍ରାନଙ୍କ ଓକିଲଙ୍କ ସହ ମାରପିଟ ମଧ୍ୟ କରିଥିଲେ। ଏଥିରେ ଜଣେ ଓକିଲ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଯାହାଙ୍କ ଭିଡିଓ ପିଟିଆଇ ଟ୍ୱିଟରରେ ପୋଷ୍ଟ କରିଛି। ଇମ୍ରାନ ଖାନଙ୍କ ଗିରଫ ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ତାଙ୍କୁ ଧକ୍କା ମାରି ରେଞ୍ଜର୍ସ ଗାଡିରେ ବସାଉଥିବାର ଦେଖାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!