କାବୁଲ, (ବାଘୁଆବାର୍ତ୍ତା): ଦିନକ ମଧ୍ୟରେ ତାଲିବାନ ତାଙ୍କ ନୀତିରେ ପରିବର୍ତନ କରିଛି । ମହିଳାଙ୍କୁ ଆବଶ୍ୟକ ମୁତାବକ ସ୍ୱାଧୀନତା ଦିଆଯିବା କହିବା ପରେ ଆଜି ସରକାରୀ ଚ୍ୟାନେଲଗୁଡିକରେ ମହିଳା ନ୍ୟୁଜ ଆଙ୍କର୍ସଙ୍କୁ ବ୍ୟାନ କରାଯାଇଛି । ଏପରିକି ଏହା ସ୍ଥାନରେ ତାଲିବାନ ଯୁବକ ଇତି ମଧ୍ୟରେ ଆଙ୍କରିଂ ଆରମ୍ଭ କରି ଦେଇଛନ୍ତି । ଗିରଫ ହେଲେ ଗଭର୍ଣ୍ଣର ସଲିମା: ବଲଖ ପ୍ରାନ୍ତର ଗଭର୍ଣ୍ଣର ସଲିମା ମଜାରୀଙ୍କୁ ତାଲିବାନମାନେ ଗିରଫ କରି ନେଇଛନ୍ତି । ସେ ତାଲିବାନଙ୍କ ବିରୋଧରେ ଖୋଲାଖୋଲି ଭାବେ ମୁହଁ ଖୋଲିଥଲେ । ଏପରିକି ସେ ଏଥିନେଇ ଅସ୍ତ୍ର ଉଠାଇବା ଆରମ୍ଭ କରିଥିଲେ ।






