ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଯୁବତୀଙ୍କ ଅଶ୍ଲୀଳ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଜଣଙ୍କୁ ଗିରଫ କରିଛି । ସେ ହେଲେ ଭରତପୁରରେ ରହୁଥିବା ମାଲକାନଗିରିର ଦେବାଶିଷ କୀର୍ତ୍ତନିଆ । ତାଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଇଛି ମୁମ୍ବାଇ ପୁଲିସ୍ । କିଛି ଦିନ ତଳେ ଜଣେ ଯୁବତୀଙ୍କ ଫଟୋ ଫେସ୍ବୁକ୍ରେ ଛାଡି ଓଡିଶା ପଳାଇ ଆସିଥିଲେ । ସଂପୃକ୍ତ ଯୁବତୀ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ଅଫିସ୍ରେ ଅଭିଯୋଗ କରିଥିଲେ । ମୁମ୍ବାଇ ପୁଲିସ ବୁଧବାର ସକାଳେ ତାକୁ ଗିରଫ କରିଛି । ଅନ୍ୟପକ୍ଷରେ ମୁମ୍ୱାଇ ପର୍ଣ୍ଣୋଗ୍ରାଫି ମାମଲାରେ ଦେବାଶିଷଙ୍କ ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି ।






