Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗର୍ଭବତୀଙ୍କୁ ହତ୍ୟା ମାମଲା, ଗିରଫ ହେଲା ଅଭିଯୁକ୍ତ ସ୍ବାମୀ

by ସଞ୍ଜୟ ସ୍ୱାଇଁ
December 13, 2024
in Crime, State
ଗର୍ଭବତୀଙ୍କୁ ହତ୍ୟା ମାମଲା, ଗିରଫ ହେଲା ଅଭିଯୁକ୍ତ ସ୍ବାମୀ
225
VIEWS
Share on FacebookShare on Twitter

ବଣାଇଁ, (ବାଘୁଆବାର୍ତ୍ତା): ସୁନ୍ଦରଗଡ ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ଯା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଘଟଣାକୁ ୪୮ ଘଣ୍ଟା ନୁପୁରୁଣୁ ରହସ୍ୟ ଉପରୁ ପରଦା ହଟାଇଲା ପୋଲିସ । ପରକୀୟା ପ୍ରିତୀ ପାଇଁ ସଇତାନ ସ୍ବାମୀ ହିଁ ଘଟାଇଥିଲା ନାରକୀୟ କାଣ୍ଡ । ପ୍ରମାଣ ନଷ୍ଟ ପାଇଁ ଲୁଟର ନାଟକ ରଚିଥିଲା । ହେଲେ ଘନ ଘନ ଜେରା ପରେ ସତ ମାନିଲା ଅଭିଯୁକ୍ତ ଦେବେନ ବେହେରା । ହତ୍ୟାରେ ସହଯୋଗ କରିଥିଲା ସମ୍ପର୍କୀୟ ଜ୍ବାଇଁ ପୋଲିସ ଏଏସଆଇ ସତ୍ୟନାରାୟଣ ବେହେରା । ସତ୍ୟନାରାୟଣର ସର୍ଭିସ ରିଭଲଭରରୁ ହିଁ ଗୁଳି ମାରି କରାଯାଇଥିଲା ହତ୍ୟା । ବନ୍ଧୁକ ଯୋଗାଇବା ଅଭିଯୋଗରେ ତାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ କିଭଳି କରିଥିଲା ହତ୍ୟା, କିଭଳି ହତ୍ୟାକାଣ୍ଡକୁ ଦେଇଥିଲା ସଫଳ ରୂପ । ସେ ସମସ୍ତ ଘଟଣାର ଡେମୋ ଦେଖାଇଛି ଅଭିଯୁକ୍ତ ଦେବେନ ବେହେରା। ର୍ପୂବରୁ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ମୃତ ସୀମାମୟୀଙ୍କ ବାପା ଘର ଲୋକ । ଜ୍ବାଇଁଙ୍କ ପରକୀୟା ପ୍ରୀତି ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସୀମାଙ୍କ ମାଆ କହିଥିଲେ । ତାଙ୍କ କହିବା କଥା ଗତ ଫେବୃଆରୀରେ ସୀମାମୟୀଙ୍କର ଦେବେନଙ୍କ ସହ ବାହାଘର ହୋଇଥିଲା । ବାହାଘର ପୁର୍ବରୁ ସମସ୍ତ ନିୟମ ଅନୁଯାୟୀ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧର କିଛି ଦିନ ପରେ ସୀମାମୟୀଙ୍କ ପରିବାରକୁ ଜଣେ ଯୁବତୀ ଫୋନ କରି ଦେବେନ ସହ ବିବାହ ନ କରିବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ସେତେବେଳେ ଦେବେନଙ୍କୁ କୁହାଯାଇଥିଲେ ମଧ୍ୟ ସେ ଏହାକୁ ଏଡାଇ ଦେଇଥିଲେ । ସେହି ଯୁବତୀ ହିଁ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ । ଏବେବି ଦେବେନଙ୍କ ସହ ସେହି ଝିଅର ସମ୍ପର୍କ ଅଛି ବୋଲି କହିଛନ୍ତି ସୀମାମୟୀଙ୍କ ମାଆ । ତେବେ ଗତ ବୁଧବାର ବିଳମ୍ବିତ ରାତିରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟାପରେ ନାକଟ ପ୍ଲଟ୍ ରଚିଥିଲେ ଦେବନ୍ । ଲୁଟ ପାଇଁ ଦୁର୍ବୃତ୍ତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା କହିଥିଲେ ସ୍ବାମୀ । ନିଜ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ କବାଟ ବାଡେଇଥିଲେ । ସୀମାମୟୀ କବାଟ ଖୋଲି ବାହାରକୁ ଆସିବାରୁ ଦୃର୍ବୁତ୍ତ ମାନେ ସୁନା ଅଳଙ୍କାର ଲୁଟିବା ପରେ ଗୁଳିକରି ହତ୍ୟା କରିଥିବା ମୃତ ମହିଳାଙ୍କ ସ୍ଵାମୀ ଓ ଶାଶୂଘର ଲୋକେ କହିଥିଲେ । ସୀମାମୟୀଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ବୟାନରେ ତାଳମେଳ ନଥିବାରୁ ଦେବେନ ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଟିକାୟତପାଲି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!