Sunday, May 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦ ମାଓବାଦୀ ଗିରଫ

by ସଞ୍ଜୟ ସ୍ୱାଇଁ
May 17, 2025
in State
୨୦ ମାଓବାଦୀ ଗିରଫ
31
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ଛତିଶଗଡ ଏବଂ ତେଲେଙ୍ଗାନା ସୀମନ୍ତ କାରେଗଟ୍ଟା ଜଂଗଲରେ ଲଗାତାର ସର୍ଚ୍ଚ ଅପରସେନ ଜାରି ରହିଥିବା ବେଳେ ପୁଲିସକୁ ମିଳିଛ ଏକ ବଡ ସଫଳତା। ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ପୁଲିସକୁ ଭିନ୍ନ ଭନ୍ନ ମାଓ ସଂଗଠନର ୨୦ ଜଣ ନକ୍ସଲକୁ ଗିରଫ କରିବାରେ ସଫଲତା ମିଳିଛି। ଏଥିସହ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋଟକ ମଧ୍ୟ ଜବତ କରାଯାଇଛି। ନକ୍ସଲ ଦମନ କ୍ଷେତ୍ରରେ ପୁଲିସର ଘନଘନ ଚଢାଉ ଏବଂ ଅପରେସନ ବେଳେ ଭେଙ୍କଟାପୁରମ, ଵାଜେଡୁ, କନ୍ୟାୟିଗୁଡମ ଅଂଚଳରୁ ଏହି ନକ୍ସଲମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଜଣେ ଡିଭିଜନ ମେମ୍ବର, ୫ ଏରିଆ କମିଟି ମେମ୍ବର ଏବଂ ୧୪ ଜଣ ପାର୍ଟି ସଦସ୍ୟ ରହିଛନ୍ତି। ପୁଲିସ ସର୍ଚ୍ଚ ଅପେରସନ କରୁଥିବା ବେଳେ ଏହି ମାଓବାଦୀମାନେ ଜଂଗଲରେ ବୋମା ଖଞ୍ଜୁଥିବା ବେଳେ ପୁଲିସ ଏମାନଙ୍କୁ ଜଂଗଲରେ ଘେରି ଗିରଫ କରିଥିଲା। ଏମାନଙ୍କୁ ଧରି ପଚରାଉଚରା କରିବା ପରେ ଏମାନେ ନକ୍ସଲ ସଂଗଠନରେ କାମ କରୁଥିବା କହିଥିଲେ। ନକ୍ସଲ ଦମନ କ୍ଷେତ୍ରରେ ପୁଲିସର ଘନଘନ ଚଢାଉ ଏବଂ ଅପରେସନ ବେଳେ ଭେଙ୍କଟାପୁରମ, ଵାଜେଡୁ, କନ୍ୟାୟିଗୁଡମ ଅଂଚଳରୁ ଏହି ନକ୍ସଲମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏହି ଗିରଫ ମାଓବାଦୀମାନେ ଛତିଶଗ଼ଡ଼, ତେଲେଙ୍ଗାନା ଏବଂ ଓଡ଼ଶାର ବିଭିନ୍ନ ସଂଗଠନରେ କାମ କରୁଥିବା ସ୍ବୀକାର କରିଥିଲେ। ଏକ ବଡ ଅଘଟଣକୁ ଘଟାଇବା ପାଇଁ ଏମାନେ ପ୍ରସ୍ତୁତ ହେଉଥିଲେ। ଏମାନେ ଚାରି ରାଜ୍ୟରେ ବହୁ ହିଂସା ଘଟାଇବା ସହ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିଥିବା ସ୍ବୀକାର କରିଛନ୍ତି। ଏମାନଙ୍କ ଠାରୁ ଏସଏଲଆର ରାଇଫଲ, ଇନସାସ ରାଇଫଲ, ୩୦୩ ରାଇଫଲ, ୮ ଏମଏମ ରାଇଫଲ, ଜୀବନ୍ତ ଗ୍ରେନେଡ, ନଗର ୫୮,୧୫୫ ଟଂକା, ୱାକିଟକି, ରେଡିଓ, ପେନ୍ଡ୍ରାଇଭ, ମେମୋରି କାର୍ଡ, କିଟବ୍ୟାଗ ଇତ୍ୟାଦି ଜବତ କରାଯାଇଛି। ଗିରଫ ମାଓବାଦୀମାନେ ହେଲେ ଏସିଏମ କୁଞ୍ଜାମ ଲକ୍କା(୨୩), କାଲିମେଳା ଦଲମ କମାଣ୍ଡର ଏମ.ସୁମତି ଅରଫ ସାତୀ(୨୧) ପାର୍ଟି ମେମ୍ବର ମାଡକମ କୋସି(୨୧), ପଡିୟମ ଜଗା(୨୩), ମାଧବୀ ସୀମା(୧୯), ମୁସାକି ରଞ୍ଜୁ(୨୨), ଡିଭିସିଏମ କମିଟି ମେମ୍ବର କଟ୍ଟମ ଭୀମ(୩୦), ପାର୍ଟି ମେମ୍ବର ସୋଡି ଉଙ୍ଗି(୨୪), ଭଞ୍ଜାମ ମୁକେ(୨୩), ହେମଲା ସୁକି(୨୦), କୁ୍ଞ୍ଜାମ ହୁଙ୍ଗା)(୧୯), ପୁନେମ ଭୀମେ(୨୩), ଏସିଏମ କଟ୍ଟାମ ଜଗା(୨୩), ପୁନେମ ଭୀମେ(୧୮), ପିଏଲଜିଏ ସଦସ୍ୟ ନୁପଲ ଗାଙ୍ଗି(୨୦), ପାର୍ଟି ମେମ୍ବର ହେମଲା ସୋନି(୧୯), ଉଇକେ ମାସା(୨୦), ପୋଡିୟମ ଲକ୍କା(୨୦), ଉଦମ ସମଦୁ(୨୦)। ପୁଲିସ ଏମାନଙ୍କୁ ଧରି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା କହିଛି।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!