ବାରଙ୍ଗ, (ବାଘୁଆବାର୍ତ୍ତା): ବାରଙ୍ଗ ଥାନା ପୁଲିସ ରତାଗଡ଼ ଭାଲୁଙ୍କା ବସ୍ତିରେ ଲୁଟ୍ ବାଇକ୍ ଥିବାର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଚଢଉ ବେଳେ ୩ଟି ଚୋରି ହୋଇଥିବା ମୋଟର ସାଇକେଲ ଜବତ ହୋଇଛି। ପୁଳିସ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଗିରଫ କରି ଥିବା ସମସ୍ତ ଯୁବକଙ୍କ ବୟସ ୨୦ ବର୍ଷ ଭିତରେ। ୨ ଜଣଙ୍କର ୨୦ ବର୍ଷ ବୟସର। ବାଦଲ ମୁଣ୍ଡା, ରଘୁ ପିଙ୍ଗୁଆ ୨୦ ବର୍ଷ ବୟସର ହୋଇଥିବାବେଳେ ତୃତୀୟ ଅଭିଯୁକ୍ତ ଜୟପୁର ରୋଡ଼ର କ୍ରୀଷ୍ଣା ବାଆଁରାଙ୍କ ବୟସ ୧୯ ବର୍ଷ ।





