ନୟାଗଡ, (ବାଘୁଆବାର୍ତ୍ତା): ପ୍ରଥମେ ଚାକିରିର ପ୍ରଲୋଭନ । ଅସ୍ଥାୟୀ ଚାକିରିରେ ନିଯୁକ୍ତି ଦେଇ ତିନି ମାସର ଦରମା ଦେଲେ । ଏହାପରେ ଆରମ୍ଭ ହେଲା ସାଇବର ଅପରାଧ । ଅଧିକ ସୁଧ ଦେବାର ପ୍ରତିଶୃତି ଦେଇ ଟଙ୍କା ବିନିଯୋଗ ପାଇଁ ସାଇବର ଅପରାଧୀ ମାନେ ପକାଇଲେ ଥୋପ । ଲୋଭର ବଶବର୍ତ୍ତି ହୋଇ ଅଭିଯୋଗକାରୀଙ୍କ ଆକାଉଣ୍ଟରୁ ପୋଛିଦେଲେ ୭ ଲକ୍ଷ ଟଙ୍କା । ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ହେବା ପରେ ପୋଲିସ ନୟାଗଡ ଶରଣକୂଳରୁ ରାକେସ ସ୍ବାଇଁ, ନୟାଗଡର ବାବୁଲା ସ୍ବାଇଁ ଓ ରଶ୍ମୀରଞ୍ଜନକୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ଆଉ କାହାକୁ ଠକିଛନ୍ତି ତାର ଛାନଭିନ କରୁଛି ସାଇବର ଥାନା ପୋଲିସ ।






